ଓଡିଶା

odisha

ETV Bharat / city

କୋଭିଡ୍ ମିଶନରେ ସହଯୋଗ କରିବାକୁ ଅପିଲ କଲେ ପୋଲିସ କମିଶନର - corona news

ରାଜ୍ୟରେ ଲକଡାଉନ 18 ରୁ ଆରମ୍ଭ ହୋଇ 31ରେ ଶେଷ ହେବ। ଏହି ଅବଧି ମଧ୍ୟରେ ମ୍ୟୁନିସିପାଲିଟି ଏବଂ ହେଲଥ୍ କର୍ତ୍ତୃପକ୍ଷ କୋଭିଡ୍ 19 ପାଇଁ 100% ଲକ୍ଷଣ ଥିବା ମାମଲା ସ୍କ୍ରିନିଂ କରିବେ। ଏହି ମିଶନକୁ ସମ୍ପୂର୍ଣ୍ଣ ସମର୍ଥନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ପୋଲିସ କମିଶନର ।

କୋଭିଡ୍ ମିଶନରେ ସହଯୋଗ କରିବାକୁ ଅପିଲ କଲେ ପୋଲିସ କମିଶନର
କୋଭିଡ୍ ମିଶନରେ ସହଯୋଗ କରିବାକୁ ଅପିଲ କଲେ ପୋଲିସ କମିଶନର

By

Published : Jul 19, 2020, 6:49 AM IST

ଭୁବନେଶ୍ବର: କୋରୋନା ସ୍ଥିତି ଧୀରେ ଧୀରେ ଭୟଙ୍କର ରୂପ ନେଉଛି। ଲକଡାଉନ କୋହଳ ହେବା ପରଠୁ ସଂକ୍ରମଣ ମାତ୍ରା ଅହେତୁକ ଭାବେ ବଢିଚାଲିଛି। ତେବେ ଆଗାମୀ ସ୍ଥିତି ଓ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର କିଛି ଜିଲ୍ଲାରେ ପୁଣି କଟକଣା କଡାକଡି କରିଛନ୍ତି। ଏହି 14 ଦିନିଆ ଲକଡାଉନରେ ସମସ୍ତ ନିୟମ ପୂର୍ବ ପରି ପାଳନ କରାଯିବ।

ତେବେ ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଲାଗୁ ହୋଇଥିବା ଏହି ଲକଡାଉନ 18 ରୁ ଆରମ୍ଭ ହୋଇ 31ରେ ଶେଷ ହେବ। ଏହି ଅବଧି ମଧ୍ୟରେ ମ୍ୟୁନିସିପାଲିଟି ଏବଂ ହେଲଥ୍ କର୍ତ୍ତୃପକ୍ଷ କୋଭିଡ୍ 19 ପାଇଁ 100% ଲକ୍ଷଣ ଥିବା ମାମଲା ସ୍କ୍ରିନିଂ କରିବେ।

ଏହି ମିଶନକୁ ସମ୍ପୂର୍ଣ୍ଣ ସମର୍ଥନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ପୋଲିସ କମିଶନର । ଯେ କୌଣସି ପ୍ରକାରେ ପଚାରିଲେ ଆମେ ନାଗରିକ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସାହାଯ୍ୟ କରିବୁ । ସେହି ଅନୁଯାୟୀ ଆମର ସମସ୍ତ ଅଧିକାରୀଙ୍କୁ ସୂଚନା ଦିଆଯାଇଛି ବୋଲି ପୋଲିସ କମିଶନର ସୁଧାଂଶୁ ଷଢଙ୍ଗୀ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details