ଓଡିଶା

odisha

ETV Bharat / city

କାଲିଠୁ ହିତାଧିକାରୀଙ୍କୁ ମିଳିବ PMJDY ଯୋଜନା ଟଙ୍କା - ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବ

ଗୁରୁବାର ଠାରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ଏହା ପରେ ଆକାଉଣ୍ଟଧାରୀଙ୍କ ଫୋନକୁ ଏସଏମଏସ ଯିବା ପରେ ନିକଟସ୍ଥ ଏଟିଏମ ବା ସେବା କେନ୍ଦ୍ରରୁ ସେମାନେ ଟଙ୍କା ଉଠାଇପାରିବେ । ଅଧିକ ପଢନ୍ତୁ..

od_bbsr_sbi
ଆସନ୍ତା କାଲି ଠାରୁ ମିଳିବ ପିଏମଯେଡ଼ି ଯୋଜନା ଟଙ୍କା

By

Published : Apr 1, 2020, 7:48 PM IST

ଭୁବନେଶ୍ବର: ଗୁରୁବାର ଠାରୁ ମିଳିବ PMJDY ଯୋଜନା ଟଙ୍କା। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଯିବ। ପ୍ରଥମ ପର୍ଯ୍ୟାୟରେ ମହିଳା ଉଦ୍ୟୋଗୀ ମାନଙ୍କୁ ଟଙ୍କା ପଠାଯିବ। ଏହା ଦ୍ବାରା ରାଜ୍ୟର 39.51 ଲକ୍ଷ ମହିଳା ଉପକୃତ ହେବେ ।

ଆସନ୍ତା କାଲି ଠାରୁ ମିଳିବ ପିଏମଯେଡ଼ି ଯୋଜନା ଟଙ୍କା

ମହିଳାଙ୍କ ବ୍ୟାଙ୍କକୁ ଟଙ୍କା ପଠାଇବା ପରେ ଏକ ଏସଏମଏସ ଯିବ ।ଏହା ପରେ ଆକାଉଣ୍ଟଧାରୀ ବ୍ୟାଙ୍କ ଯାଇ ଟଙ୍କା ଉଠାଇପାରିବେ। ଟଙ୍କା ଉଠାଇବା ପୂର୍ବରୁ ହାତ ଧୋଇବା ସହ ସାମାଜିକ ଦୂରତାକୁ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ବ୍ୟାଙ୍କରେ ଅଯଥା ଭିଡ ନ କରିବାକୁ ଆବେଦନ ହୋଇଛି।

ତେବେ ଆକାଉଣ୍ଟଧାରୀ ଚାହିଁଲେ ପେଟ୍ରୋଲ ପମ୍ପରେ ଥିବା ଏସବିଆଇର ମାଇକ୍ରୋ ଏଟିଏମରୁ ମଧ୍ୟ ଟଙ୍କା ଉଠାଇପାରିବେ। ସେହିପରି ପ୍ରତି ଗ୍ରାହକ ସେବା କେନ୍ଦ୍ରରେ ଟୋକନ ବ୍ୟବସ୍ଥା କରାଯାଇଛି। ଯାହା ଦ୍ୱାରା ଜଣେ ନମ୍ବର ଜାଣିପାରିବେ।

ଦେଶରେ ୨୦.୪୦ କୋଟି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ ହୋଇଛି ଏହା ଅନୁଯାୟୀ ଜଣଙ୍କ ପିଛା ମାସକୁ 500 ଟଙ୍କା ଦିଆଯିବ। ତେବେ ରାଜ୍ୟରେ 39.51ଲକ୍ଷ ଗ୍ରାହକ ରହିଛନ୍ତି। ଭୁବନେଶ୍ବର ଏସବିଆଇର ସିଜିଏମ ପ୍ରବୀନ କାଲା ଏ ନେଇ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details