ଓଡିଶା

odisha

ପିସିସି ପୁନଃଗଠନକୁ ନେଇ ବରିଷ୍ଠଙ୍କ କେଁ

ପିସିସି ପୁନଃଗଠନକୁ ନେଇ ଦଳର ବରିଷ୍ଠ ନେତା ପ୍ରଶ୍ନ ଉଠାଇଛନ୍ତି । ପଢନ୍ତୁ ଅଧିକ ଖବର...

By

Published : Sep 20, 2019, 10:29 PM IST

Published : Sep 20, 2019, 10:29 PM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପିସିସି ପୁନଃଗଠନକୁ ନେଇ ପ୍ରଶ୍ନ ଉଠାଇଲେ ଦଳର ବରିଷ୍ଠ ନେତା । ନିରଞ୍ଜନ ଯାହା କୁହନ୍ତି ତାହା କରନ୍ତି ନାହିଁ । ପିସିସି ପୁନଃଗଠନ ନେଇ ଦଳ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସତ, ହେଲେ ସେସବୁ ନିରଞ୍ଜନ କେତେ ପାଳନ କରୁଛନ୍ତି ତାହା ଏବେ ବଡ ପ୍ରଶ୍ନ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର

ପୂର୍ବରୁ ନିରଞ୍ଜନ ନିଜ ପାଖ ଲୋକଙ୍କୁ ସଙ୍ଗଠନରେ ସାମିଲ କରିଥିଲେ । ହେଲେ ଏବେ ଏ ବାବଦରେ ଆଉ ଭରସା ପାଉନାହିଁ ବୋଲି ଦଳର ବରିଷ୍ଠ କହିଛନ୍ତି । କାରଣ ଗୁରୁବାର ବସିଥିବା ସାଙ୍ଗଠନିକ ବୈଠକରେ ଦଳର ବରିଷ୍ଠଙ୍କୁ ଡକାନଯାଇ ଗତ ସାଧାରଣ ନିର୍ବାଚନରେ ନିରଞ୍ଜନ ଯେଉଁମାନଙ୍କୁ ଟିକେଟ ଦେଇଥିଲେ ସେହିମାନଙ୍କୁ ବୈଠକକୁ ଡାକିଥିଲେ । ଏପରିକି ଯେଉଁମାନେ ନିରଞ୍ଜନଙ୍କୁ ବିରୋଧ କରୁଥିଲେ ସେମାନଙ୍କୁ ମଧ୍ୟ ବୈଠକରେ ଡକାଯାଇନଥିଲା ।

ଯଦି ସାଙ୍ଗଠନିକ ପୁନଃଗଠନରେ କଂଗ୍ରେସ ପାଇଁ କାମ କରୁଥିବା କର୍ମୀଙ୍କୁ ପ୍ରାଧାନ୍ୟ ଦିଆନଯାଏ, ତେବେ ଦଳ ପୁଣି ଥରେ ରସା ତଳକୁ ଚାଲିଯିବ ବୋଲି ବରିଷ୍ଠ ନେତା କହିଛନ୍ତି । ଏପରିକି ଯେଉଁମାନଙ୍କ ବିରୋଧରେ କହୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ଶେଷ ଥର ପାଇଁ ତାଙ୍କ କଥା ଶୁଣିବାର ଆବଶ୍ୟକ ରହିଛି । ଅପରପକ୍ଷେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ଯିଏ ଦଳ ପାଇଁ ସମୟ ଦେଉଛନ୍ତି, ଦଳ ପାଇଁ କାମ କରୁଛନ୍ତି ସେଭଳି ଲୋକଙ୍କୁ ନେଇ ପିସିସି ଛୋଟିଆ ଟିମ ଗଠନ କରନ୍ତୁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details