ଭୁବନେଶ୍ବର: କୋଭିଡ ସମୟରେ ସ୍କୁଲ ଫି ଛାଡ ପ୍ରସଙ୍ଗରେ ଆନ୍ଦୋଳନକୁ ଜୋରଦାର କରିବ ଓଡ଼ିଶା ଅଭିଭାବକ ମହାସଂଘ । ରାଜ୍ୟ ସରକାର ଫି ଛାଡ କରିବା ନେଇ ଘୋଷଣା କଲା ପରେ ବି ଘରୋଇ ସ୍କୁଲ ମାନୁନଥିବା ମହାସଂଘ ଅଭିଯୋଗ କରିଛି । ପ୍ରଥମେ ହାଇକୋର୍ଟ ଏବଂ ପରେ ରାଜ୍ୟ ସରକାର ଘୋଷଣା କରିଥିବା ଫି ଷ୍ଟ୍ରକ୍ଚର ଘରୋଇ ସ୍କୁଲ ମାନୁନଥିବା ଅଭିଯୋଗ କରି ଅଭିଭାବକ ମହାସଂଘ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ।
କୋଭିଡ ସମୟରେ ସ୍କୁଲ ଫି ଛାଡ ପ୍ରସଙ୍ଗ, ଆନ୍ଦୋଳନକୁ ଜୋରଦାର କରିବ ଅଭିଭାବକ ମହାସଂଘ - କୋଭିଡ ସମୟରେ ସ୍କୁଲ ଫି ଛାଡ ପ୍ରସଙ୍ଗ
କୋଭିଡ ସମୟରେ ସ୍କୁଲ ଫି ଛାଡ ପ୍ରସଙ୍ଗରେ ଆନ୍ଦୋଳନକୁ ଜୋରଦାର କରିବ ଓଡ଼ିଶା ଅଭିଭାବକ ମହାସଂଘ । ଅଧିକ ପଢନ୍ତୁ...
ରାଜ୍ୟ ସରକାର, ଘରୋଇ ସ୍କୁଲ ସଂଘ ଏବଂ ଅଭିଭାବକ ସଂଘ ମଧ୍ୟରେ ହୋଇଥିବା ଏମଓୟୁକୁ ବିରୋଧ କରି କିଛି ଘରୋଇ ସ୍କୁଲ କର୍ତ୍ତୃପକ୍ଷ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ହାଇକୋର୍ଟ ଦେଇଥିବା ରାୟକୁ ପାଳନ କରିବାକୁ ସର୍ବୋଚ୍ଚ କୋର୍ଟ ତାଙ୍କ ରାୟ ଶୁଣାଇଥିଲେ । ଏହି ରାୟକୁ ଅଭିଭାବକ ସଂଘ ସ୍ବାଗତ କରିବା ସହ ଏମଓୟୁରେ ଦସ୍ତଖତ କରି କୋର୍ଟ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ସ୍କୁଲ ଗୁଡିକ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି । ଦାବି ପୂରଣ ନ ହେଲେ ଆସନ୍ତା ୭ ଦିନ ମଧ୍ୟରେ ରାଜଧାନୀରେ ସାରା ରାଜ୍ୟର ଅଭିଭାବକମାନେ ଆସି ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛି ମହାସଂଘ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ