ଭୁବନେଶ୍ବର: ଭାରତୀୟ ରେଳ ଅକ୍ସିଜେନ୍ ଏକ୍ସପ୍ରେସକୁ ପ୍ରାଧାନ୍ୟ ଦେଇ ଜୀବନ ରକ୍ଷାକାରୀ ଅମ୍ଳଜାନ ପରିବହନ ଜାରି ରଖିଛି । ଭାରତୀୟ ରେଳବାଇର ଅମ୍ଳଜାନ ଏକ୍ସପ୍ରେସ ପରିଚାଳନା ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ ପରେ ହରିୟାଣା ଏବଂ ତେଲେଙ୍ଗାନା ରାଜ୍ୟକୁ ବିସ୍ତାର କରି ରାଜ୍ୟମାନଙ୍କୁ ସହାୟତା ପ୍ରଦାନ ଜାରି ରଖିଛି।
ଖାଲି ଟ୍ୟାଙ୍କର୍ ସହିତ ପ୍ରଥମ ଅକ୍ସିଜେନ୍ ଏକ୍ସପ୍ରେସ୍ ଏପ୍ରିଲ୍ 19ରେ ମୁମ୍ବାଇରୁ ପୂର୍ବତଟ ରେଳପଥ ଅଧୀନରେ ଥିବା ବିଶାଖାପାଟନମ୍ ଅଭିମୁଖେ ଯାତ୍ରା ପ୍ରାରମ୍ଭ କରି ସେଠାରୁ ତରଳ ମେଡିକାଲ୍ ଅମ୍ଳଜାନ (LMO) ବୋଝେଇ କରି ଏହି ଜୀବନ ରକ୍ଷାକାରୀ ଅମ୍ଳଜାନ ପଠାଇବା ଠାରୁ ଆରମ୍ଭ କରି କ୍ରମାଗତ ଭାବରେ ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ପରିବହନ କରିଆସୁଛି ।
ଏହି ପ୍ରକ୍ରିୟାକୁ ଜାରି ରଖି, ପୂର୍ବତଟ ରେଳପଥରୁ ଆଉ ଦୁଇଟି ଟ୍ରେନ୍ ତରଳ ଅମ୍ଳଜାନ ବୋଝେଇ ପାଇଁ ଲୋଡିଂ ପ୍ଲାଣ୍ଟକୁ ଯିବା ବାଟରେ ଅଛନ୍ତି । ଆଶା କରାଯାଉଛି ଯେ ଭାରତୀୟ ରେଳବାଇ ଦ୍ୱାରା ପରିବହନ ହେଉଥିବା ତରଳ ମେଡିକାଲ ଅମ୍ଳଜାନ (LMO) ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରାୟ 640 MT ରେ ପହଞ୍ଚିବ ।
ଗୁରୁବାର କାର୍ଗୋ ଉଡ଼ାଣରୁ ଅନଲୋଡ୍ ହୋଇଥିବା ଦୁଇଟି ଖାଲି LMO ଟ୍ୟାଙ୍କର୍ ଅନୁଗୁଳକୁ ସ୍ଥାନାନ୍ତର କରାଯାଇଛି । ଇସ୍ପାତ କାରଖାନାରୁ ଅମ୍ଳଜାନ ଲୋଡ୍ କରିବା ପାଇଁ ଗୁରୁବାର ରାତିରେ ଏବଂ ତା’ପରେ ହରିୟାଣା ଆଡକୁ ଯିବା ପାଇଁ ଟ୍ରେନରେ ଲୋଡ୍ ହେବ। ଦୁଇଟି ଟ୍ୟାଙ୍କର୍ ସହିତ ଟ୍ରେନ୍ ଗୁରୁବାର ଅନୁଗୋଳ ଛାଡିବାର ଆଶା କରାଯାଉଥିବାରୁ ହରିୟାଣା ଏହାର ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ଗ୍ରହଣ କରିବ।