ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ରହିଛି ଅନେକ ପୁରାତନ ଜଳାଶୟ । ଯାହା ରାଜଧାନୀବାସୀଙ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । କିନ୍ତୁ ତେବେ ପ୍ରଶାସନିକ ଅବହେଳାରୁ ବିଲୁପ୍ତ ହେବାକୁ ବସିଛି ଅନେକ ପୁରାତନ ଜଳାଶୟ ଓ ଆଉ କିଛି ଜବରଦଖଲ ମଧ୍ୟ ହୋଇଛି । ତେବେ ଖୁସିର କଥା କି, ଏହି ଜଳାଶୟ ଗୁଡ଼ିକର ଏବେ ପୁନଃଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି ।
ନୟାପଲ୍ଲୀ ଅଞ୍ଚଳର ଜୀବନଧାରା ସହ ଜଡ଼ିତ ରହିଆସିଥିବା ସର୍ବପୁରାତନ ଜଳାଶୟକୁ ପୁନଃଉଦ୍ଧାର କରାଯିବ । ଏଥି ସହ ଏହାର ସୌନ୍ଦର୍ଯ୍ୟକରଣ କରାଯିବ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ସାଢ଼େ ୩ କୋଟି ଟଙ୍କା । ଏହି ପୁନଃଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ।