ଭୁବନେଶ୍ବର:ବରିଷ୍ଠ ନାଗରିକଙ୍କୁ ପୋଲିସ କରୁଛି ହଇରାଣ । ଏକଥା ଆମେ କହୁନୁ ୫ କି.ମି ଅତିକ୍ରାନ୍ତ କରି ପୋଲିସ ସେବା ଭବନକୁ ଆସିଥିବା ୬୯ ବର୍ଷିୟ ଜଣେ ବ୍ୟକ୍ତି କରିଛନ୍ତି ଅଭିଯୋଗ, ଯିଏ କି ସିପିଙ୍କୁ ଦେଖା କରିବାକୁ ସାଇକେଲ ଧାଇଁ ଆସିଛନ୍ତି ।
ଲକଡାଉନ ଯୋଗୁଁ ବାଟରେ ଅଟକାଇଥିଲେ ମଧ୍ୟ ଡାକ୍ତରଖାନା ବାହାନାରେ ଆସିଥିଲେ ଲକ୍ଷ୍ମୀସାଗର ଷ୍ଟେଜ ୨ ରେ ରହୁଥିବା କୃଷ୍ଣଚନ୍ଦ୍ର ମହାପାତ୍ର । ତାଙ୍କ ଅଭିଯୋଗ ଅନୁସାରେ ତାଙ୍କ ପୁଅ ଦୟାନିଧି ମହାପାତ୍ରକୁ ସେହି ଅଞ୍ଚଳର ବାପି ନାମକ ଯୁବକ ମରଣାନ୍ତକ ଆକ୍ରମଣ କରି ଲୁହଲୁହାଣ କରିଥିଲା । ଯାହାକୁ ନେଇ ଥାନାରେ ଏତଲା ଦେଇଥିଲେ । ହେଲେ ଲକ୍ଷ୍ମୀସାଗର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପରିବର୍ତ୍ତେ ଏକ କାଉଣ୍ଟର କେସରେ ଓଲଟ ତାଙ୍କୁ ଥାନାକୁ ଆସିବାକୁ ବାଧ୍ୟ କରୁଛନ୍ତି ।