ଓଡିଶା

odisha

ETV Bharat / city

ସୌରଶକ୍ତି ଚାଳିତ ହେବ ଓଡ଼ିଶା ବିଧାନସଭା

ବିଧାନସଭାରେ ସଞ୍ଚୟ ହେବ ବିଦ୍ୟୁତ । ଲାଗିବ ସୌର ଶକ୍ତି । ଆସନ୍ତା 4 ମାସ ମଧ୍ୟରେ ବିଧାନସଭା ସମ୍ପୂର୍ଣ୍ଣ ସୌର ଶକ୍ତି ଲାଗିବ ବୋଲି କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଧିକ ପଢନ୍ତୁ..

the-odisha-legislative-assembly-will-run-on-solar-energy
the-odisha-legislative-assembly-will-run-on-solar-energy

By

Published : Jun 1, 2020, 4:34 PM IST

ଭୁବନେଶ୍ବର: ସୌରଶକ୍ତି ଚାଳିତ ହେବ ଓଡ଼ିଶା ବିଧାନସଭା । ବିଧାନସଭା ଛାତ ଉପରେ ଲାଗିବ ସୋଲାର ପ୍ଲାଣ୍ଟ । ଏ ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣପାତ୍ର ।

ସୌରଶକ୍ତି ଚାଳିତ ହେବ ଓଡ଼ିଶା ବିଧାନସଭା

ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ OREDA ଅଧିକାରୀ ବି ଉପସ୍ଥିତ ଥିଲେ। ସେପ୍ଟେମ୍ବର ଶେଷ ସୁଦ୍ଧା ବିଧାନସଭାକୁ ସୌରଶକ୍ତି ଚାଳିତ କରାଯିବ ବୋଲି OREDA ଯୁଗ୍ମ ନିର୍ଦେଶକ ଅଶୋକ ଚୌଧୁରୀ କହିଛନ୍ତି। ଏହା 35 ଲକ୍ଷ ଟଙ୍କାର ପ୍ରକଳ୍ପ। ଯାହାର କାମ ଓଡ଼ିଶାର ଶାନ୍ତି ଆସୋସିଏଟଙ୍କୁ ଦିଆଯାଇଛି।

ଛାତର ବର୍ଗ ଅନୁସାରେ ଲାଗିବ 90 କିଲୋୱାଟର ପ୍ଲାଣ୍ଟ । ବର୍ଷିକ 1ଲକ୍ଷ 18 ହଜାର ୟୁନିଟ ଶକ୍ତି ସଞ୍ଚୟ ହେବ। 120 ଦିନ ଭିତରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ଏହା ଦ୍ବାରା ବିଧାନସଭାର ବିଜୁଳି ଖର୍ଚ୍ଚ କମ ହେବା ସହ, ଶକ୍ତି ସଞ୍ଚୟ ହେବ ବୋଲି କହିଛନ୍ତି ବାଚସ୍ପତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details