ଓଡିଶା

odisha

ETV Bharat / city

ମେ' ୩ରୁ ୧୩ ଯାଏଁ ବନ୍ଦ ଓଡ଼ିଶା ମାନବାଧିକାର ଆୟୋଗ - ମାନବାଧିକାର ଆୟୋଗ

କୋଭିଡ୍–୧୯ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର ଆୟୋଗଙ୍କ କାର୍ୟ୍ୟାଳୟ ବନ୍ଦ । ଜରୁରୀ ଶୁଣାଣି ପାଇଁ ୮୬୬୩୬୪୨୦୮୦ ସଂପର୍କ କରିପାରିବେ ଅଭିଯେ।ଗକାରୀ । ଅଧିକ ପଢନ୍ତୁ...

ମେ' ୩ରୁ ୧୩ ଯାଏଁ ବନ୍ଦ ରହିବ ଓଡ଼ିଶା ମାନବାଧିକାର ଆୟୋଗ
ମେ' ୩ରୁ ୧୩ ଯାଏଁ ବନ୍ଦ ରହିବ ଓଡ଼ିଶା ମାନବାଧିକାର ଆୟୋଗ

By

Published : Apr 30, 2021, 6:55 PM IST

ଭୁବନେଶ୍ବର:କୋଭିଡ୍–୧୯ର ଦ୍ରୁତ ସଂକ୍ରମଣ ତଥା ତୋଷାଳି ଭବନ ଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଓଡ଼ିଶା ମାନବାଧିକାର ଆୟୋଗଙ୍କ ନିଷ୍ପତ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର 29 ତାରିଖର ନିର୍ଦ୍ଦେଶନାମାର ପତ୍ରସଂଖ୍ୟା ୧୨୬୫୬ ଅନୁଯାୟୀ ଆସନ୍ତା ମେ' ୩ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ ଛୁଟି ଦିବସ ବ୍ୟତୀତ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ବନ୍ଦ ରହିବ କାର୍ଯ୍ୟାଳୟ ।

ମେ' ୩ରୁ ୧୩ ଯାଏଁ ବନ୍ଦ ରହିବ ଓଡ଼ିଶା ମାନବାଧିକାର ଆୟୋଗ
ଆୟୋଗର କାର୍ଯ୍ୟାଳୟ ବନ୍ଦ ରହିଲେ ମଧ୍ୟ ସମସ୍ତ କର୍ମଚାରୀ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସଦର ମହକୁମା ଛାଡ଼ିବେ ନାହିଁ ଏବଂ ଯେକୌଣସି ସମୟରେ ଆବଶ୍ୟକ ପଡ଼ିଲେ ନିଜ ନିଜର କାର୍ଯ୍ୟ କରିବେ । ଏହି ସମୟରେ ଅତି ଜରୁରୀ କେସ୍‌ ଗୁଡ଼ିକର ଶୁଣାଣି କରାଯିବ । କାର୍ଯ୍ୟାଳୟ ଇ-ମେଲ ohrc.nic.in ମାଧ୍ୟମରେ ଅଭିଯୋଗର ପିଟିସନ୍‌ ଦାଖଲ କରି ପାରିବେ ।

ଜରୁରୀ ଶୁଣାଣି ପାଇଁ କାର୍ଯ୍ୟାଳୟ ସହକାରୀ ରେଜିଷ୍ଟାରଙ୍କୁ ୮୬୬୩୬୪୨୦୮୦ ମୋବାଇଲ୍ ନମ୍ବରରେ ସଂପର୍କ କରିପାରିବେ । ଅତ୍ୟାଧିକ ଜରୁରୀ କାର୍ଯ୍ୟ ପାଇଁ ସଂପୃକ୍ତ ପକ୍ଷ ନିଜର ମୋବାଇଲ ନମ୍ବର ଏବଂ ଇ-ମେଲ ଆଇଡି ଦେଇ ଓଡ଼ିଶା ମାନବିକ ଅଧିକାର ଆୟୋଗ ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ଭଚୁଆଲ ମାଧ୍ୟମରେ ନିଜର କାର୍ଯ୍ୟ କରିପାରିବେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details