ଓଡିଶା

odisha

ETV Bharat / city

ଗୋପାଳପୁର ଦୀଘା ଉପକୂଳ ରାଜପଥ କାର୍ଯ୍ୟ ତୁରନ୍ତ ଆରମ୍ଭ ପାଇଁ ଦାବି - ଦୀଘା ଉପକୂଳ ରାଜପଥ ଓଡିଶା ନାଗରିକ ସମାଜର ଦାବି

ଗୋପାଳପୁର ଦୀଘା ଉପକୂଳ ରାଜପଥକୁ ତୁରନ୍ତ ଆରମ୍ଭ କରିବାକୁ ଦାବି କରିଛି ଓଡିଶା ନାଗରିକ ସମାଜ । 2015 ମସିହାରେ କେନ୍ଦ୍ରସରକାର ଏଥିପାଇଁ 7500 କୋଟି ଟଙ୍କା ମଞ୍ଜୁର କରିଥିଲେ। ଅଧିକ ପଢନ୍ତୁ...

ଗୋପାଳପୁର ଦୀଘା ଉପକୂଳ ରାଜପଥ ତୁରନ୍ତ ଆରମ୍ଭ କରିବାକୁ ଓଡିଶା ନାଗରିକ ସମାଜର ଦାବି
ଗୋପାଳପୁର ଦୀଘା ଉପକୂଳ ରାଜପଥ ତୁରନ୍ତ ଆରମ୍ଭ କରିବାକୁ ଓଡିଶା ନାଗରିକ ସମାଜର ଦାବି

By

Published : Dec 18, 2020, 9:50 PM IST

ଭୁବନେଶ୍ୱର:ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ସୁପାରିଶ ହୋଇଥିବା ଗୋପାଳପୁର ଦୀଘା ଉପକୂଳ ରାଜପଥକୁ ତୁରନ୍ତ ଆରମ୍ଭ କରିବାକୁ ଦାବି କରିଛି ଓଡିଶା ନାଗରିକ ସମାଜ । 2015 ମସିହାରେ କେନ୍ଦ୍ର ସରକାର ଏଥିପାଇଁ 7500 କୋଟି ଟଙ୍କା ମଞ୍ଜୁର କରିଥିଲେ। ତେବେ ରାଜ୍ୟ ଓ କେନ୍ଦ୍ର ସରକାର ନିଜ ନିଜ ମଧ୍ୟରେ ଟାଳଟୁଳ ନୀତି ଅବଲମ୍ବନ କରିବା ଯୋଗୁଁ ରାଜ୍ୟବାସୀ ଏହା ଯୋଗୁଁ ମିଳିବାକୁ ଥିବା ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିବା କହିଛନ୍ତି ନାଗରିକ ସମାଜର ସଭାପତି ଇଂ ଲଳିତ ମୋହନ ପଟ୍ଟନାୟକ।

ଗୋପାଳପୁର ଦୀଘା ଉପକୂଳ ରାଜପଥ ତୁରନ୍ତ ଆରମ୍ଭ କରିବାକୁ ଓଡିଶା ନାଗରିକ ସମାଜର ଦାବି

ମହାମାରୀ କରୋନା ସମୟରେ ଲୋକମାନଙ୍କୁ ନିଯୁକ୍ତିର ଆଵଶ୍ୟକତା ଥିବା ବେଳେ, ଆମ ରାଜ୍ୟର ଲୋକମାନେ ଦାଦନ ଖଟିବାକୁ ଯେପରି ଅନ୍ୟ ରାଜ୍ୟକୁ ନ ଯାଆନ୍ତି ଓ ଏହିଠାରେ ରୋଜଗାରର ସୁଯୋଗ ପାଆନ୍ତି ତାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ତୁରନ୍ତ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଓଡିଶା ନାଗରିକ ସମଜାର ଉପଦେଷ୍ଟା ଭଗବାନ ପ୍ରକାଶ କହିଛନ୍ତି ।

ଏହି ପ୍ରକଳ୍ପ ବିକାଶର ପ୍ରତୀକ ସଦୃଶ୍ୟ ଅଟେ । ତେଣୁ, ଏହାକୁ କାର୍ଯ୍ୟକାରୀ କରି ରାଜ୍ୟ ମଧ୍ୟରେ ଯୋଗାଯୋଗର ମାର୍ଗ ପ୍ରଶସ୍ତ ହେଲେ ପର୍ଯ୍ୟଟନର ବିକାଶ ହେବା ସହ ଆର୍ଥିକ ଅଭିବୃଦ୍ଧି ମଧ୍ୟ ହାସଲ ହୋଇପାରିବ ବୋଲି ଏହାର ସଦସ୍ୟମାନେ କହିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details