ଓଡିଶା

odisha

ETV Bharat / city

'କରୋନା ଭୟରେ ବଢିଛି ହୃଦଘାତ ସଂଖ୍ୟା' - heart attack increase during corona

କରୋନା ଭୟ ପରେ ବଢିଛି ହୃଦଘାତ ସଂଖ୍ୟା । ସଂକ୍ରମଣ ଭୟକୁ ନେଇ ଲୋକେ ହସ୍ପିଟାଲ ଆସୁନଥିବାରୁ ୨୫ ପ୍ରତିଶତ ହୃଦଘାତର ମୃତ୍ୟୁ ହାର ବଢିଛି । ସିନିୟର କନସଲ୍ଟାଣ୍ଟ କାର୍ଡିଓଲୋଜି ଡାକ୍ତର ସନନ୍ତ କୁମାର ସାହୁ ବିଶ୍ୱ ହୃଦୟ ଦିବସ ଅବସରରେ ଏଭଳି ମତ ରଖିଛନ୍ତି । ଅଧିକ ପଢନ୍ତୁ...

କରୋନା ଭୟ ପରେ ବଢିଛି ହୃଦଘାତ ସଂଖ୍ୟା
କରୋନା ଭୟ ପରେ ବଢିଛି ହୃଦଘାତ ସଂଖ୍ୟା

By

Published : Sep 29, 2021, 7:07 PM IST

ଭୁବନେଶ୍ବର: କରୋନା ଭୟ ପରେ ବଢିଛି ହୃଦଘାତ ସଂଖ୍ୟା। ସଂକ୍ରମଣ ଭୟକୁ ନେଇ ଲୋକେ ହସ୍ପିଟାଲ ଆସୁନଥିବାରୁ ୨୫ ପ୍ରତିଶତ ହୃଦଘାତର ମୃତ୍ୟୁ ହାର ବଢିଛି । ସିନିୟର କନସଲ୍ଟାଣ୍ଟ କାର୍ଡିଓଲୋଜି ଡାକ୍ତର ସନନ୍ତ କୁମାର ସାହୁ ବିଶ୍ୱ ହୃଦୟ ଦିବସ ଅବସରରେ ଏଭଳି ମତ ରଖିଛନ୍ତି । ବିଶ୍ୱ ହୃଦୟ ଦିବସ ଅବସରରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନା ପକ୍ଷରୁ ହୃଦରୋଗ ଉପରେ ସଚେତନତା ସୃଷ୍ଟି କରିବା ଲାଗି ବିଶ୍ୱ ହୃଦୟ ଦିବସ ପାଳନ କରାଯାଇଛି । ଭାରତରେ ଏହି ରୋଗ ଦ୍ରୁତ ଗତିରେ ବଢ଼ୁଛି ।

କରୋନା ଭୟରେ ବଢିଛି ହୃଦଘାତ ସଂଖ୍ୟା

ପ୍ରତିବର୍ଷ ସେପ୍ଟେମ୍ବର ୨୯ରେ ସାରା ବିଶ୍ୱରେ ବିଶ୍ୱ ହୃଦୟ ଦିବସ ପାଳନ କରାଯାଉଛି । ଏହି ଅବସରରେ ବିଶ୍ୱର ଏକ ନମ୍ବର ଘାତକ ରୋଗକୁ ହସ୍ପିଟାଲ୍ ପକ୍ଷରୁ ଏକ ୱାକାଥନ୍ ସହ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଚଳିତ ବର୍ଷ ବିଶ୍ୱ ହୃଦୟ ଦିବସର ବିଷୟବସ୍ତୁ ହେଉଛି ‘‘ୟୁଜ୍ ୟୋର ହାର୍ଟ ଫର କନେକ୍ଟ’’ । ତେବେ କୋଭିଡ୍‌-୧୯ ମହାମାରୀ ସମୟରେ ଲୋକମାନେ ଯୋଗାଯୋଗ ଅଭାବ, ସୀମିତ ସ୍ୱାସ୍ଥ୍ୟସେବା ସୁବିଧା, ହସ୍‌ପିଟାଲ୍‌ରେ ଶଯ୍ୟା ଅଭାବ ଭଳି ସମସ୍ୟା ଭୋଗିଥିଲେ । ଅନେକ ଲୋକ ଠିକ୍ ସମୟରେ ହସ୍ପିଟାଲ୍‌ରେ ପହଞ୍ଚି ପାରିନଥିଲେ । ସେହି ସମସ୍ୟା ଗୁଡ଼ିକୁ ଅତିକ୍ରମ କରିବା ଲାଗି ସମ୍ପର୍କ ଯୋଡ଼ିବା ଥିଲା ଶ୍ରେଷ୍ଠ ବିକଳ୍ପ । ଆମକୁ ସୁସ୍ଥ ରହିବା ଲାଗି ଉନ୍ନତ ଜୀବନଶୈଳୀ ବଜାୟ ରଖିବାକୁ ପଡ଼ିବ । ହୃଦରୋଗକୁ ଏଡ଼ାଇବା ଲାଗି ଆମକୁ ଶରୀରର ଓଜନ ନିୟନ୍ତ୍ରଣ, ଧୂମପାନ ଛାଡ଼ିବା ଏବଂ ନିୟମିତ ବ୍ୟାୟାମ କରିବାକୁ ପଡ଼ିବ ।

ତେଣୁ ଏହି ଅବସରରେ ଡାକ୍ତର ସୁଶାନ୍ତ ପ୍ରଧାନ କହିଛନ୍ତି ଯେ, ଭାରତ ସମେତ ସାରା ବିଶ୍ୱରେ ହୃଦରୋଗ ହେଉଛି ମୃତ୍ୟୁର ଅନ୍ୟତମ ପ୍ରମୁଖ କାରଣ । ହୃଦରୋଗ ଯୋଗୁଁ ଦୁନିଆରେ ୨୦ ନିୟୁତ ଲୋକଙ୍କ ମୃତ୍ୟୁ ହେଉଛି । କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ହୃଦରୋଗୀମାନେ ନିୟମିତ ଚେକଅପ୍ ସୁବିଧା ହାସଲ କରିବାରେ ସମସ୍ୟା ଭୋଗିଛନ୍ତି, ଯାହା ସ୍ଥିତିକୁ ଆହୁରି ଜଟିଳ କରୁଛି । ଚଳିତ ବର୍ଷ ଆମେ ଡିଜିଟାଲ୍ ମାଧ୍ୟମକୁ ବ୍ୟବହାର କରି ହୃଦରୋଗ ଉପରେ ରହିଥିବା ସଚେତନତା ଆଣିବାକୁ ପ୍ରୟାସ କରୁଛୁ ଏବଂ ସମସ୍ତଙ୍କର ହେଲଥି ହାର୍ଟ ପାଇଁ ଆଶା କରୁଛୁ । ସେହିପରି ଡକ୍ଟର ନିମାଇଁ ଚରଣ ବେହେରା ଏଠାରେ ୨୪ ଘଣ୍ଟିଆ କାର୍ଡ଼ିିଆକ କେୟାର ଏବଂ ଅତ୍ୟାଧୁନିକ କ୍ୟାଥ ଲ୍ୟାବ୍‌, ମଡ୍ୟୁଲାର କାର୍ଡିଆକ୍ ଓଟି, ହାର୍ଟ ଲଙ୍ଗ ମେସିନ୍‌, ଆନାସ୍ଥେସିଆ ଓ ଜଟିଳ ପ୍ରକ୍ରିୟା ସମ୍ପାଦନ କରିବା ଲାଗି ଦକ୍ଷ ଶ୍ରମ ଶକ୍ତିର ଆବଶ୍ୟକ ରହିଛି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details