ଭୁବନେଶ୍ବର: ଫେବୃଆରୀ ନସରୁଣୁ ରାଜ୍ୟରେ ବୃଦ୍ଧି ପାଇଲାଣି ଗ୍ରୀଷ୍ମପ୍ରବାହ । ଏହାକୁ ଦୃଷ୍ଟିରେ ରଖି ଏସଆରସି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଯାହାଫଳରେ ରାଜ୍ୟରେ ରୌଦ୍ରତାପ ଜନିତମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ କମୁଥିବା ଦେଖିବାକୁ ମିଳିଛି ।
1998 ମସିହରେ ହିଟୱେଭ ପାଇଁ 2,042 ଜଣଙ୍କ ଜୀବନ ଯାଇଥିଲା । ହେଲେ ବ୍ୟାପକ ସଚେତନତା ଯୋଗୁଁ ଏହା କମିଛି । ଗତବର୍ଷ ମଧ୍ୟ ଅଂଶୁଘାତଜନିକ ମୃତ୍ୟୁସଂଖ୍ୟା 12 ଥିଲା । ତେବେ କୋରୋନା ଯୋଗୁଁ ସଟଡାଉନ ଓ ଲକଡ଼ାଉନ ଯୋଗୁଁ ଲୋକେ ଘରେ ଥିବାରୁ ଏହି ସଂଖ୍ୟା କମ ରହିଥିଲା ।
ତେବେ ରୌଦ୍ରତାପ ଓ ତଦଜନିତ ରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା 2016 ମସିହାରେ 54, 2017 ମସିହାରେ 45, 2018ମସିହାରେ 60, 2019ମସିହାରେ 50 ରହିଥିଲା । ମୃତକଙ୍କ ମଧ୍ୟରୁ ଶ୍ରମିକ ଶ୍ରେଣୀୟ ଓ ଖରାରେ କାମ କରୁଥିବା ଲୋକ ଅଧିକ ରହିଛନ୍ତି । ଏହି ସୂଚନା ଦେଇଛନ୍ତି ଡିଆରସି, ପ୍ରଭାତ ମହାପାତ୍ର ।