ଓଡିଶା

odisha

ETV Bharat / city

ରାଜ୍ୟରେ ପୁଣି ବଢିଲା ସଂକ୍ରମଣ, 24 ଘଣ୍ଟାରେ 730 ଆକ୍ରାନ୍ତ - କୋରୋନା ସଂକ୍ରମଣ

ରାଜ୍ୟରେ ପୁଣି ବଢିଲା କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 730 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ 419 ଜଣ ହୋମ କ୍ବାରେଣ୍ଟାଇନରୁ ଓ 311 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ଅଧିକ ପଢନ୍ତୁ...

the number of corona infections in the state is 730 in last 24 hours
ରାଜ୍ୟରେ ପୁଣି ବଢିଲା ସଂକ୍ରମଣ, 24 ଘଣ୍ଟାରେ 730 ଆକ୍ରାନ୍ତ

By

Published : Nov 25, 2020, 1:04 PM IST

ଭୁବନେଶ୍ବର: ରାଜ୍ୟରେ କିଛି ଦିନ ହେବ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥୁବା ବେଳେ ଆଜି ପୁଣି ସଂକ୍ରମଣ ବଢିଥିବା ଦେଖିବାକୁ ମିଳିଛି । ଦିନକରେ 730 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ 419 ଜଣ ହୋମ କ୍ବାରେଣ୍ଟାଇନରୁ ଓ 311 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।

ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରୁ 44, ବାଲେଶ୍ବରରେ 53, ବରଗଡରେ 21, ଭଦ୍ରକରେ 7, ବଲାଙ୍ଗୀରରେ 40, ବୌଦ୍ଧରେ ଜଣେ, କଟକରେ 49, ଦେଓଗଡ଼ରେ 4, ଢେଙ୍କାନାଳରେ 7, ଗଜପତିରେ 4, ଗଞ୍ଜାମରେ 12, ଜଗତସିଂହପୁରରେ 24, ଯାଜପୁରରେ 25, ଝାରସୁଗୁଡ଼ାରେ 25, କଳାହାଣ୍ଡିରେ 33, କନ୍ଧମାଳରେ 1, କେନ୍ଦ୍ରାପଡାରେ 14, କେନ୍ଦୁଝରରେ 40, ଖୋର୍ଦ୍ଧାରେ 65, କୋରାପୁଟରେ 5, ମାଲକାନଗିରିରରେ 3 , ମୟୂରଭଞ୍ଜରେ 68, ନବରଙ୍ଗପୁରରେ 7, ନୟାଗଡରେ 8 , ନୂଆପଡାରେ 46, ପୁରୀରେ 29, ରାୟଗଡାରେ 8, ସମ୍ବଲପୁରରେ 9, ସୋନପୁରରେ 9, ସୁନ୍ଦରଗଡରେ 57, ଷ୍ଟେଟ ପୋଲରୁ 12 ଜଣ ସଂକ୍ରମଣ ହୋଇଛନ୍ତି ।

ସେପଟେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 16 ହାଜର 001ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଇଛନ୍ତି 3 ଲକ୍ଷ 7 ହଜାର 374 ଜଣ । ଏବଂ 6 ହଜାର 887 ସକ୍ରିୟ ମାମଲା ରହିଛି । ତେବେ ରାଜ୍ୟରେ ମୋଟ 56,85,860 ଟି ନମୁନା ଟେଷ୍ଟ ହୋଇସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details