ଓଡିଶା

odisha

ETV Bharat / city

ଭୁବନେଶ୍ବରକୁ ରେଡ୍ ଜୋନ ଘୋଷଣା ପରେ ଜାରି ହେଲା ନୂଆ ଗାଇଡ ଲାଇନ - କୋରୋନା

ସ୍ମାର୍ଟସିଟି ଭୁବନେଶ୍ୱରକୁ ରେଡ୍ ଜୋନ ଘୋଷଣା ହେବା ପରେ ପ୍ରଶାସନ କଟକଣାକୁ କଲେ କଡ଼ାକଡ଼ି । ରାଜ୍ୟ ସରକାର ଲକଡାଉନର ତୃତୀୟ ପର୍ଯ୍ୟାୟରେ ଜାରି କଲେ ନୂଆ ଗାଇଡ଼ ଲାଇନ । ଅଧିକ ପଢନ୍ତୁ...

The new guidelines were issued after Bhubaneswar was declared a red zone
ଭୁବନେଶ୍ବରକୁ ରେଡ୍ ଜୋନ ଘୋଷଣା ପରେ ଜାରି ହେଲା ନୂଆ ଗାଇଡ ଲାଇନ

By

Published : May 4, 2020, 9:19 PM IST

ଭୁବନେଶ୍ବର: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ନେଇ ଭୁବନେଶ୍ୱରରେ ପୁଣି ବଢ଼ିଲା କଟକଣା । ରେଡ୍ ଜୋନ ଘୋଷଣା ହେବା ପରେ ପ୍ରଶାସନ ରାଜଧାନୀରେ କଟକଣାକୁ କଡ଼ାକଡ଼ି କରିଛନ୍ତି । ରାଜ୍ୟ ସରକାର ଲକ ଡାଉନର ତୃତୀୟ ପର୍ଯ୍ୟାୟରେ ନୂଆ ଗାଇଡ଼ ଲାଇନ ଜାରି କରିଛନ୍ତି । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ।

ଭୁବନେଶ୍ବରକୁ ରେଡ୍ ଜୋନ ଘୋଷଣା ପରେ ଜାରି ହେଲା ନୂଆ ଗାଇଡ ଲାଇନ
ଭୁବନେଶ୍ବରକୁ ରେଡ୍ ଜୋନ ଘୋଷଣା ପରେ ଜାରି ହେଲା ନୂଆ ଗାଇଡ ଲାଇନ
ଭୁବନେଶ୍ବରକୁ ରେଡ୍ ଜୋନ ଘୋଷଣା ପରେ ଜାରି ହେଲା ନୂଆ ଗାଇଡ ଲାଇନ

ଭୁବନେଶ୍ୱର ରେଡ଼ ଯୋନ ହୋଇଥିବାରୁ ଏଠାରେ କଟକଣା ବଳବତ୍ତର ରହିବ । ସେଲୁନ, ସ୍ପା ଖୋଲିବା ମନା । ଓଲା ଓ ଉବେର କେବଳ ମେଡ଼ିକାଲ ଯାଇପାରିବେ । ଗ୍ରାମାଞ୍ଚଳରେ ନିର୍ମାଣ ଓ ଶିଳ୍ପ କାମ ଚାଲିବ। ସହରାଞ୍ଚଳରେ କେବଳ ସ୍ଥାନୀୟ ଶ୍ରମିକ କାମ କରିପାରିବେ । ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ପ୍ରାଇଭେଟ ଅଫିସ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମ ଚନ୍ଦ୍ର ଚଉଧାରୀ ।

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏହି କଟକଣା । ରେଡ୍ ଜୋନ ଘୋଷଣା କରାଯାଇଥିବା ଭୁବନେଶ୍ୱର, ବାଲେଶ୍ୱର, ଯାଜପୁର, ଭଦ୍ରକ ଜିଲ୍ଲାରେ କଟକଣା କଡାକଡି ଭାବେ ପାଳନ ହେବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details