ଭୁବନେଶ୍ବର: କୋରୋନା କଟକଣା ମଧ୍ୟରେ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ବଡ଼ ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଡିସେମ୍ବର 1 ତାରିଖରୁ କୋଣାର୍କ ନାଟ୍ୟ ମଣ୍ଡପରେ ଅନୁଷ୍ଠିତ ହେବ ଜାତୀୟ ସ୍ତରୀୟ କୋଣାର୍କ ନୃତ୍ୟ ଉତ୍ସବ। ମାହାମାରୀ ସମୟରେ ଉତ୍ସବ ଆୟୋଜିତ ନକରିବାକୁ ହାଇକୋର୍ଟରେ ପିଆଇଏଲକୁ ଖାରଜ ହେବା ପରେ ଏହା ଆୟୋଜନ କରାଯାଉଥିବା ପର୍ଯ୍ୟଟନ ସଚିବ ବିଶାଳ ଦେବ ପ୍ରକାଶ କରିଛନ୍ତି। ତେବେ ଚଳିତବର୍ଷ ନାଟ୍ୟମଣ୍ଡପରେ ଏକ ତୃତୀୟାଂଶ ଦର୍ଶକ କାର୍ଯ୍ୟକ୍ରମ ଦେଖିପାରିବେ । ତେବେ ଏହା ମୁକ୍ତ ପ୍ରବେଶ ନ ହୋଇ ଶୁଳ୍କଯୁକ୍ତ ପ୍ରବେଶ ହେବ । ଏଥିପାଇଁ ଟିକେଟର ମୂଲ୍ୟ 20 ଟଙ୍କା ଓ 100 ଟଙ୍କା ରଖାଯାଇଛି। ସେହିପରି ମାହାମରି ସମୟରେ ଏହା ଆୟୋଜନ ହେଉଥିବାରୁ ଏଥର ଦର୍ଶକ ଓ କାଳକାର ଆଦି ସମସ୍ତଙ୍କର ସାନିଟାଇଜର ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଗେଟରେ ସାନିଟାଇଜ ମେସିନ ଲଗାଯାଉଥିବ କୁହାଯାଇଛି। ସେହିପରି ପ୍ରତିବର୍ଷ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଗୋଟିଏ ଗେଟ ଥିବା ବେଳେ ଏଥର ଦୁଇଟି ଭିନ୍ନ ଗେଟ କରାଯାଇଥିବା ସୂଚନା ମିଳିଛି।
କୋରୋନା କାଳରେ ଆୟୋଜିତ ହେବ ଜାତୀୟ ସ୍ତରୀୟ କୋଣାର୍କ ନୃତ୍ୟ ଉତ୍ସବ - national level Konark dance festival
କୋରୋନା କାଳରେ ଆୟୋଜିତ ହେବ ଜାତୀୟ ସ୍ତରୀୟ କୋଣାର୍କ ନୃତ୍ୟ ଉତ୍ସବ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ପର୍ଯ୍ୟଟନ ସଚିବ ବିଶାଳ ଦେବ । ଅଧିକ ପଢନ୍ତୁ....
![କୋରୋନା କାଳରେ ଆୟୋଜିତ ହେବ ଜାତୀୟ ସ୍ତରୀୟ କୋଣାର୍କ ନୃତ୍ୟ ଉତ୍ସବ The national level Konark dance festival will be held during the corona](https://etvbharatimages.akamaized.net/etvbharat/prod-images/768-512-9716922-thumbnail-3x2-kk.jpg)
ସେପଟେ ଦର୍ଶକମାନେ ଭିଡ ନ ଜମାଇ ଘରେ ବସି ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ବିଭିନ୍ନ ସୋସିଆଲ ମିଡିଆରେ ସିଧାପ୍ରାସାରଣର ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ଲୋକଙ୍କ ପାଇଁ ପୁରୀ ଓ ଚନ୍ଦ୍ରଭାଗା ବିଚରେ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ଏଲଇଡିଟିଭି ମାଧ୍ୟମରେ ସିଧା ପ୍ରସାରଣ କରାଯିବ ବୋଲି ସଚିବ କହିଛନ୍ତି । ସେହିପରି ଚନ୍ଦ୍ରଭାଗା କୂଳରେ ଆୟୋଜିତ ହେଉଥିବା ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ମଧ୍ୟ ଅନୁଷ୍ଠିତ ହେବ। କିନ୍ତୁ ଏଥରେ ବିଦେଶରୁ କୌଣସି ଶିଳ୍ପୀ ଭାଗ ନେବେ ନାହିଁ । ତେଣୁ ଏଥର ପୂର୍ବ ବର୍ଷ ତୁଳନାରେ ଅଧା ଶିଳ୍ପୀ ଭାଗ ନେବେ । ତେଣୁ ସେଥିପାଇଁ ଷ୍ଟଲ ସଂଖ୍ୟା ମଧ୍ୟ କମା ଯାଇଥିବା କୁହାଯାଇଛି। ତେବେ ପୂର୍ବବର୍ଷ ତୁଳନାରେ ଚଳିତ କୋଣାର୍କ ମହୋତ୍ସବର ବଜେଟ କିଛି ପରିମାଣରେ ବୃଦ୍ଧି କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ପର୍ଯ୍ୟଟନ ସଚିବ ବିଶାଳ ଦେବ ପ୍ରକାଶ କରିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ