ଭୁବନେଶ୍ବର: ସାଂପ୍ରତିକ ସମୟରେ ନୂଆପିଢ଼ିଙ୍କ ପାଇଁ ଶିକ୍ଷା ପର୍ଯ୍ୟାବରଣ ଆଧାରିତ ହେବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ‘ଜାତୀୟ ଶିକ୍ଷା ନୀତି’ରେ ପରିବେଶ ସୁରକ୍ଷା ତଥା ସ୍ଥାୟୀ ପରିବେଶ ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟର ଏକ ଘରୋଇ ଗଣମାଧ୍ୟମ ସଂସ୍ଥାର ପରିବେଶ କାର୍ଯ୍ୟକ୍ରମ ‘ପୁନଶ୍ଚ ପୃଥିବୀ’ର ଭର୍ଚ୍ଚୁଆଲ ଲୋକାର୍ପଣ ଉତ୍ସବରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ କହିଛନ୍ତି କି ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବା ପାଇଁ ପଡ଼ିବ । ଆମେ ସମସ୍ତେ ଜଣେ ସଚେତନତା ନାଗରିକର ଦାୟିତ୍ୱ ହିସାବରେ ଆବଶ୍ୟକ ମୁତାବକ ଶକ୍ତି ବ୍ୟବହାର କରିବା ଦରକାର । ଭାରତ ସରକାର ମଧ୍ୟ ପରିବେଶର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଭାରତବର୍ଷରେ ବିଏସ-୬ ଭଳି ସ୍ୱଚ୍ଛ ଇନ୍ଧନ ଆରମ୍ଭ କରାଯାଇଛି । ୨୦୨୧ରେ ଆମେ ଅମୃତ ମହୋତ୍ସବ ପାଳନ କରୁଛୁ ।