ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ମୋବାଇଲ ଟେଷ୍ଟିଂ କାଉଣ୍ଟର । ଦୀର୍ଘଦିନ ପରେ ପୁଣି କାର୍ଯ୍ୟକ୍ଷମ ହେଲା ଟେଷ୍ଟିଂ କେନ୍ଦ୍ର । ହସ୍ପିଟାଲରେ ହେଉଥିବା ଭିଡ଼ ଓ ସଂକ୍ରମଣକୁ ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇଛି । ସକାଳ 8ଟାରୁ ଦିନ 2 ଟା ପର୍ଯ୍ୟନ୍ତ ଏହି ଟେଷ୍ଟିଂ ଭ୍ୟାନ କ୍ୟାପିଟାଲ ହସ୍ପିଟାଲରେ ରହିବ ।
କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି, ଗତ 24 ଘଣ୍ଟାରେ ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 183 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନର 4ର୍ଥ ଲହରର ସ୍ଥିତି ଚିନ୍ତାଜନକ ନହେଲେ ମଧ୍ୟ ଆମକୁ ସତର୍କ ରହିବାକୁ ହେବ । ଆଗକୁ ଅଧିକ ଟେଷ୍ଟିଂ ସହ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେବ । ଏଣୁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ ଅନୁପାଳନ କରିବା ଜରୁରୀ । ସେପଟେ ମାସ୍କ ପରିଧାନ ଜରୁରୀ ଥିବା ବେଳେ ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟିଂ କରାଇନେବା ଜରୁରୀ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ । ଏହାକୁ ନଜରରେ ରଖି କ୍ୟାପିଟାଲ ହସ୍ପିଟାଲରେ ଦୀର୍ଘଦିନ ପରେ ପୁଣି କାର୍ଯ୍ୟକ୍ଷମ ହେଲେ ଟେଷ୍ଟିଂ କେନ୍ଦ୍ର । ହସ୍ପିଟାଲରେ ହେଉଥିବା ଭିଡ଼ ଓ ସଂକ୍ରମଣକୁ ଆଶଙ୍କା କରି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି ।