ଭୁବନେଶ୍ବର:ରାଜ୍ୟର ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବନ୍ୟା ସ୍ଥିତି ନାହିଁ । ସମସ୍ତ ନଦୀବନ୍ଧ ମଜବୁତ ରହିଛି । ଏଥିପାଇଁ ବିଭାଗ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।
ସେହିପରି ଜଳସମ୍ପଦର ବରିଷ୍ଠ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ଯେ, ବର୍ତ୍ତମାନ ହୀରାକୁଦର 10ଟି ଗେଟ ଖୋଲା ଅଛି । ଛତିଶଗଡ଼ ଉପରମୁଣ୍ଡରେ ବର୍ଷାକୁ ଦୃଷ୍ଟିରେ ରଖି ସବୁ ବନ୍ଦ ନେଇ ନିଷ୍ପତ୍ତି ନିଆଯିବ । 2.5 ଲକ୍ଷ ଘନ ଫୁଟ ଜଳ ପ୍ରବେଶ କରୁଛି । 1 ଲକ୍ଷ କ୍ୟୁସେକ ଜଳ ବାହାରକୁ ଯାଉଛି । ହେଲେ ବନ୍ୟା କେଉଁଠି ନାହିଁ । ଗତ 24 ଘଣ୍ଟାରେ ସବୁଠି ବର୍ଷା ହୋଇଛି । ସବୁ ନଦୀ ବିପଦ ସଙ୍କେତ ତଳେ ରହିଛି ।