ଓଡିଶା

odisha

ETV Bharat / city

ପୋଷ୍ୟ ବିଦ୍ୟାଳୟର ଉନ୍ନତିକରଣ ଓ ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡାମନ୍ତ୍ରୀ

ରାଜ୍ୟରେ ଥିବା ବିଭିନ୍ନ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟର ଆଲୋଚନା କଲେ କ୍ରୀଡା ମନ୍ତ୍ରୀ । ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ମାନର ପାଠାଗାର, ବିଜ୍ଞାନ ପରୀକ୍ଷାଗାର, କମ୍ପ୍ୟୁଟର ଲ୍ୟାବ୍, ସ୍ମାର୍ଟ କ୍ଲାସ୍‌ରୁମ୍, ଖେଳପଡ଼ିଆର ଉନ୍ନତିକରଣ ନେଇ ଆଲୋଚନା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢନ୍ତୁ...

By

Published : May 12, 2021, 10:32 PM IST

ପୋଷ୍ୟ ବିଦ୍ୟାଳୟର ଉନ୍ନତିକରଣ ଓ ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡା ମନ୍ତ୍ରୀ
ପୋଷ୍ୟ ବିଦ୍ୟାଳୟର ଉନ୍ନତିକରଣ ଓ ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡା ମନ୍ତ୍ରୀ

ଭୁବନେଶ୍ବର:ନିଜ ପୋଷ୍ୟ ସ୍କୁଲର ଉନ୍ନତିକରଣ ଓ ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଛନ୍ତି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା । ତୁଷାରକାନ୍ତିଙ୍କ ଅଧ୍ୟକ୍ଷତାରେ ୩ଟି ପୋଷ୍ୟ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ବିଷୟରେ ଭିଡ଼ିଓ କନ୍‌ଫରେସିଂ ଜରିଆରେ ସମୀକ୍ଷା ହୋଇଛି । ବିଦ୍ୟାଳୟ ଗୁଡ଼ିକର ଆବଶ୍ୟକ ଶ୍ରେଣୀଗୃହ, ବିଶୁଦ୍ଧ ପିଇବା ପାଣି, ଶୌଚାଳୟ, ଭିତ୍ତିଭୂମିର ବିକାଶ, ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ନେଇ ଆଲୋଚନା ହୋଇଛି ।

ପୋଷ୍ୟ ବିଦ୍ୟାଳୟର ଉନ୍ନତିକରଣ ଓ ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡା ମନ୍ତ୍ରୀ

ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ମାନର ପାଠାଗାର, ବିଜ୍ଞାନ ପରୀକ୍ଷାଗାର, କମ୍ପ୍ୟୁଟର ଲ୍ୟାବ୍, ସ୍ମାର୍ଟ କ୍ଲାସ୍‌ରୁମ୍, ଖେଳପଡ଼ିଆର ଉନ୍ନତିକରଣ ଏବଂ ପିଲାମାନଙ୍କ ମଧ୍ୟରେ ବୌଦ୍ଧିକ ବିକାଶ ନେଇ ପ୍ରଧାନ ଶିକ୍ଷକ, ସ୍କୁଲ ପରିଚାଳନା କମିଟି ସଦସ୍ୟ, ପୁରାତନ ଛାତ୍ର ସଂଘର ସଦସ୍ୟଗଣଙ୍କ ସହ ମନ୍ତ୍ରୀ ଆଲୋଚନା କରିଛନ୍ତି । ବୈଠକରେ ବିଆରସିସି ଏବଂ ସିଆରସିସିଙ୍କ ଉପସ୍ଥିତ ଥିଲେ ।


ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ତୁଷାରକାନ୍ତ ପୁରୀ କାକଟପୁରସ୍ଥିତ ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟ, ଅସ୍ତରଙ୍ଗସ୍ଥିତ ବାଲିଡ଼ିଆ ପ୍ରାଥମିକ ବିଦ୍ୟାଳୟ ଏବଂ ବାଲେଶ୍ୱରର ଖଇରା ସରକାରୀ ଉଚ୍ଚବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details