ଭୁବନେଶ୍ବର: ଗିରଫ ହେଲେ ମାର୍କେଟ ବିଲ୍ଡିଂ ଗୁଣ୍ଡାରାଜ ଘଟଣାର ମୁଖ୍ଯ ଅଭିଯୁକ୍ତ। ଦୀର୍ଘ ୧୦ ଦିନ ପରେ ମାଷ୍ଟରମାଇଣ୍ଡକୁ ଗିରଫ କରିଛି କମିସନରେଟ ପୋଲିସ । ଆଉ ଘଟଣା ପଛରେ କାହାଣୀ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଗାର୍ଲଫ୍ରେଣ୍ଡ ପାଇଁ ମାର୍କେଟ ବିଲ୍ଡିଂରେ ଖଣ୍ଡଯୁଦ୍ଧ ।
ବଏଫ୍ରେଣ୍ଡ ସହ ଘଣ୍ଟା କିଣିବାକୁ ଆସିଥିଲେ ଗାର୍ଲଫ୍ରେଣ୍ଡ । ଏହି ସମୟରେ ପହଞ୍ଚିଥିଲେ ଗାର୍ଲଫ୍ରେଣ୍ଡଙ୍କ ଭାଇ । ଦୋକାନ ଭିତରେ ଦୁହିଁଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ ଓ ଏଥିରେ ହସ୍ତକ୍ଷେପ କରିଥିଲେ ଦୋକାନ ମାଲିକ । ଏହାକୁ ଟାର୍ଗେଟ କରି ବିଜେବି କଲେଜ ପଛପଟେ ରହୁଥିବା ଚିଣ୍ଟୁ, ସାଇ, ଉଦିତ୍ କିଛି ଯୁକ୍ତ ତିନି ଛାତ୍ର ମିଶି ମାର୍କେଟ ବିଲ୍ଡିଂରେ ସୃଷ୍ଟି କରିଥିଲେ ଭୟର ବାତାବରଣ । ଏହି ଘଟଣାରେ ପୁର୍ବରୁ ୨୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଫେରାର ଥିବା ୩ ମାଷ୍ଟରମାଇଣ୍ଡ ସମେତ ୬ ଜଣଙ୍କୁ ଗିରଫ କରିଛି ପୋଲିସ ।