ETV Bharat Odisha

ଓଡିଶା

odisha

ETV Bharat / city

କୋରୋନା ଯୁଦ୍ଧରେ ସହାୟତାର ହାତ ବଢାଇଲା କଳିଙ୍ଗ କୁସୁମ ଫାଉଣ୍ଡେସନ - Kalinga Kusum Foundation helped to corona Warrior

କୋରୋନା ମୁକାବିଲା ନେଇ ପୋଲିସ, ସ୍ୱାସ୍ଥ୍ୟ କର୍ମଚାରୀ, ସରକାରୀ କର୍ମଚାରୀଙ୍କ ଅବଦାନ ଅତୁଳନୀୟ । ଏନେଇ ଭୁବନେଶ୍ୱର ମହାନଗର ନିଗମରେ ୪୫୦ ପିପିଇ କିଟ ବଣ୍ଟନ କଲା ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କଳିଙ୍ଗ କୁସୁମ ଫାଉଣ୍ଡେସନ । ଅଧିକ ପଢନ୍ତୁ...

od_kalinga kusum foudation helped corona warriors
କୋରୋନା ଯୁଦ୍ଧରେ ସହାୟତାର ହାତ ବଢାଇଲା କଳିଙ୍ଗ କୁସୁମ ଫାଉଣ୍ଡେସନ
author img

By

Published : Apr 30, 2020, 9:30 PM IST

ଭୁବନେଶ୍ବର: ସାରା ବିଶ୍ବରେ ଚାଲିଥିବା କୋରୋନା ମହାଯୁଦ୍ଧରେ ସହାୟତାର ହାତ ବଢାଇଲା କଳିଙ୍ଗ କୁସମ ଫାଉଣ୍ଡେସନ । କୋରୋନା ମୁକାବିଲା ନେଇ ପୋଲିସ, ସ୍ୱାସ୍ଥ୍ୟ କର୍ମଚାରୀ, ସରକାରୀ କର୍ମଚାରୀଙ୍କ ଅବଦାନ ଅତୁଳନୀୟ । ଗୁରୁବାର ଭୁବନେଶ୍ୱର ମହାନଗର ନିଗମରେ ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କଳିଙ୍ଗ କୁସୁମ ଫାଉଣ୍ଡେସନ ପକ୍ଷରୁ ୪୫୦ ପିପିଇ କିଟ୍‌ ବଣ୍ଟନ କରାଯାଇଛି । କିଟରେ ପିପିଇ ଆପ୍ରୋନ, ମାସ୍କ, ହ୍ୟାଣ୍ଡ ଗ୍ଲୋବସ୍‌, ହେଡ କ୍ୟାପି, ଚଷମା ସମେତ ହ୍ୟାଣ୍ଡ ସାନିଟାଇଜର ରହିଛି ।

କରୋନା ଯୁଦ୍ଧରେ ସହାୟତାର ହାତ ବଢାଇଲେ କଳିଙ୍ଗ କୁସୁମ ଫାଉଣ୍ଡେସନ

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମହାନଗର ନିଗମରେ କାର୍ଯ୍ୟ କରୁଥିବା ୪୫୦ ଜଣ କର୍ମଚାରୀଙ୍କ ପାଇଁ ପିପିଇ କିଟ ପ୍ରଦାନ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ପୋଲିସ କର୍ମଚାରୀଙ୍କ ପାଇଁ ଛତା, ମାସ୍କ ଏବଂ ଗ୍ଲୋବସ ପ୍ରଦାନ କରାଯିବ । କଳିଙ୍ଗ କୁସୁମ ଫାଉଣ୍ଡେସନ ଟ୍ରଷ୍ଟି ସଞ୍ଜିତ ବେହେରା ଏନେଇ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details