ଭୁବନେଶ୍ବର: ଧାନର ଏମ୍ଏସ୍ପି ମୂଲ୍ୟ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କୁଇଣ୍ଟାଲ ପିଛା ୧୮୬୮ ଟଙ୍କା ବଢ଼ାଇଛନ୍ତି । ଯାହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ଯେ ଏମଏସପି ବୃଦ୍ଧି ପର୍ଯ୍ୟାପ୍ତ ନୁହେଁ । ସୋମବାର କେନ୍ଦ୍ର ମନ୍ତ୍ରୀ କହିଲେ ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣ ବଢିଛି । କିନ୍ତୁ ସେକଥା ଠିକ ନୁହେଁ । ଦେଢ଼ ଗୁଣା ହେଲେ ପ୍ରାୟ 3300 ଟଙ୍କା ହେଉଛି। ଉତ୍ପାଦନ ଖର୍ଚ୍ଚ ଓ ଆନୁସଙ୍ଗିକ ଖର୍ଚ୍ଚରେ 10 ପ୍ରତିଶତ ଲାଭ ରହିଲେ 2930 ହେବ। ତେଣୁ ଆମେ ସେହି ଦାବି କରିଥିଲୁ । ଚାଷୀ କିଛି ଲାଭ ପାଇବେ । କରୋନା ପାଇଁ ଏବେ ଦେଶର ଅର୍ଥନୈତିକ ସ୍ଥିତି ଉପରେ ପ୍ରଭାବ ପଡିଛି । ତେବେ ଆମର ଦାବି ବଳବତ୍ତର ରହିବ ବୋଲି କହିଛନ୍ତି ଦେବୀ ମିଶ୍ର ।
ଆମେ ଏବେ କରୋନା ମୁକାବିଲାରେ ଅଛୁ । ତେଣୁ ପ୍ରତିବାଦ, ଆନ୍ଦୋଳନ କି ଧର୍ମଘଟ ହେବନି। ସରକାର ଖୁସି ନା ନାହିଁ ସରକାର କହିବେ, କିନ୍ତୁ ଆମର ଦାବି 2930 । ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା । ତେଣୁ ବିଧାନସଭା ଚାଲିଲେ ପୁଣି ଏ ବିଷୟରେ ଆଲୋଚନା ହେବ ବୋଲି ଦେବୀ ପ୍ରାସଦ ମିଶ୍ର କହିଛନ୍ତି । ସେପଟେ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ, ସର୍ବସମ୍ମତି କ୍ରମେ ୨୯୩୦ ଟଙ୍କା ଧାର୍ଯ୍ୟ ହୋଇଥିଲା । ଏବେ ମାତ୍ର ଅଳ୍ପ ବୃଦ୍ଧି କରିଛନ୍ତି, ଏଥିପାଇଁ ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।