ଭୁବନେଶ୍ବର: ଆଜି ବିଧାନସଭା ମୌସୁମୀ ଅଧିବେଶନର ୪ର୍ଥ ଦିନ। ଚାଷୀଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ବିରୋଧୀ ମୁଲତବୀ ନୋଟିସ ଦେଇଥିଲେ । ଯେଉଁଥି ପାଇଁ ଗୃହ କାର୍ଯ୍ୟକୁ 15 ମିନିଟ୍ ଯାଏ ସ୍ଥଗିତ ରଖାଯାଇଛି। ବିରୋଧୀ ପଚାରିଥିବା ପ୍ରଶ୍ନର ଉତ୍ତର ରଖିବେ କୃଷି ମନ୍ତ୍ରୀ ଅରୁଣ ସାହୁ ।
ବିଧାନସଭାରେ ଉଠିବ କୃଷି ଓ କୃଷକ ସମସ୍ୟା, ଉତ୍ତର ରଖିବେ ମନ୍ତ୍ରୀ - ବିଧାନସଭା ମୌସୁମୀ ଅଧିବେଶନ
ଆଜି ବିଧାନସଭା ମୌସୁମୀ ଅଧିବେଶନର ୪ର୍ଥ ଦିନ। ଗୃହ ଆରମ୍ଭରୁ 15 ମିନିଟ୍ ଯାଏ ମୁଲତବୀ ରଖାଯାଇଛି। ଚାଷୀଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ବିରୋଧୀ ମୁଲତବୀ ନୋଟିସ ଦେଇଥିଲେ।
![ବିଧାନସଭାରେ ଉଠିବ କୃଷି ଓ କୃଷକ ସମସ୍ୟା, ଉତ୍ତର ରଖିବେ ମନ୍ତ୍ରୀ ବିଧାନସଭାରେ ଉଠିବ କୃଷି ଓ କୃଷକ ସମସ୍ୟା, ଉତ୍ତର ରଖିବେ ମନ୍ତ୍ରୀ](https://etvbharatimages.akamaized.net/etvbharat/prod-images/768-512-9031396-thumbnail-3x2-kk.jpg)
ବିଧାନସଭାରେ ଉଠିବ କୃଷି ଓ କୃଷକ ସମସ୍ୟା, ଉତ୍ତର ରଖିବେ ମନ୍ତ୍ରୀ
ଏହାସହ ଆଜି ବିଧାନସଭାରେ ବିଶ୍ଵବିଦ୍ୟାଳୟ ସଂସୋଧନ ବିଲ୍ ଉପରେ ମଧ୍ୟ ଆଲୋଚନା ହେବ, ବିଲ ପାରିତ ନେଇ ଆଲୋଚନା କରାଯିବ । ଶିଳ୍ପ ବିବାଦ( ଓଡିଶା ସଂସୋଧନ) ବିଲ୍ ଓ ଏହାକୁ ପାରିତ କରିବା ପାଇଁ ମଧ୍ୟ ଆଲୋଚନା ହେବ।
ଭୁବନେଶ୍ବରରୁ ତପନ କୁମାର ଦାଶ, ଇଟିଭି ଭାରତ