ଓଡିଶା

odisha

ଭୁବନେଶ୍ବରରେ ପହଞ୍ଚିଲା ଭାରତୀୟ ହକି ଟିମ

By

Published : Aug 17, 2021, 11:38 AM IST

Updated : Aug 17, 2021, 1:00 PM IST

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲା ଭାରତୀୟ ହକି ଟିମ । ଉଭୟ ମହିଳା ଓ ପୁରୁଷ ହକି ଦଳ ଆଜି(ମଙ୍ଗଳବାର) ଦିନ ୧୧ଟା ରେ ଭୁବନେଶ୍ବରରେ ପହଞ୍ଚିଛି । ଅଧିକ ପଢନ୍ତୁ...

ବିମାନବନ୍ଦରରେ ପହଞ୍ଚିଲା ଭାରତୀୟ ହକି ଦଳ
ବିମାନବନ୍ଦରରେ ପହଞ୍ଚିଲା ଭାରତୀୟ ହକି ଦଳ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଲା ଭାରତୀୟ ହକି ଦଳ । ଉଭୟ ମହିଳା ଓ ପୁରୁଷ ହକି ଦଳ ଆଜି(ମଙ୍ଗଳବାର) ଦିନ ୧୧ଟା ରେ ଭୁବନେଶ୍ବରରେ ପହଞ୍ଚିଛି । ଏଠାରୁ ଖେଳାଳିଙ୍କୁ ସ୍ବାଗତ କରାଯିବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ସାଣ୍ଡି ଟାୱାର ହୋଟେଲ ଅଭିମୁଖେ ଯାତ୍ରା କରିଛନ୍ତି ।

ଭୁବନେଶ୍ବରରେ ପହଞ୍ଚିଲା ଭାରତୀୟ ହକି ଟିମ

ଖେଳାଳୀଙ୍କ ସ୍ବାଗତ ପାଇଁ କଳିଙ୍ଗ ଷ୍ଟାଡିୟମ ଠାରୁ ନେଇ ରାଜଧାନୀର ରାସ୍ତାଘାଟ ସଜେଇ ହୋଇଛି । ଅପରାହ୍ନ ୩ଟାରେ ଭଭୟ ଦଳର ଖେଳାଳୀ ସାମ୍ବାଦିକ ସମ୍ମିଳନୀରେ ସାମିଲ ହେବେ । ଏହାପରେ କଳିଙ୍ଗ ଷ୍ଟାଡିୟମ ଯିବେ । ସନ୍ଧ୍ୟା ୬ଟା ୩୦ରେ ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ଉଭୟ ପୁରୁଷ ଓ ମହିଳା କ୍ରୀ଼ଡାବିତଙ୍କୁ ସମ୍ବର୍ଦ୍ଧିତ କରିବେ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦୀର୍ଘ ୪୧ ବର୍ଷ ପରେ ବ୍ରୋଞ୍ଚ ପଦକ ଜିତି ଇତିହାସ ରଚିଛି । ମହିଳା ଦଳ ପଦକ ଜିତିନାହିଁ ସତ ଶ୍ରେଷ୍ଠ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତି ଚତୁର୍ଥ ସ୍ଥାନରେ ରହିଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 17, 2021, 1:00 PM IST

ABOUT THE AUTHOR

...view details