ଭୁବନେଶ୍ବର: ଚଳିତବର୍ଷ ମୌସୁମୀ ଆଗମନ ପରେ ମଧ୍ୟ ବର୍ଷା ଅଭାବରୁ ରାଜ୍ୟର ଅନେକ ସ୍ଥାନରେ କମ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ତେବେ ଜୁନ ପହିଲାରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ରେକର୍ଡ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବି ଜାରି ରହିଛି ବର୍ଷା । ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀର ସ୍ଥିତି କଣ ରହିଛି, ନଜର ପକାନ୍ତୁ...
୧ ଜୁନ ରୁ ୧୧ ଅଗଷ୍ଟ ୨୦୨୦ ମଧ୍ୟରେ ଓଡ଼ିଶାରେ ୬୦୬.୫ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବଭାବିକ ବର୍ଷା ୬୯୮.୯ ମିମି ଠାରୁ ୧୩% ପ୍ରତିଶତ କମ । ଏହି ସମୟ ମଧ୍ୟରେ ଓଡ଼ିଶାର ୧୩ ଗୋଟି ଜିଲ୍ଲା, ଯାଜପୁର (-୩୯%), ଖୋର୍ଦ୍ଧା (-୩୩%), ବାଲେଶ୍ବର (-୩୨%), କେନ୍ଦ୍ରାପଡା (-୨୯%), ସୋନପୁର (-୨୭%), କଟକ(-୨୭%),ପୁରୀ (-୨୭%), ଜଗତସିଂହପୁର (-୨୬%), ମୟୁରଭଞ୍ଜ(-୨୪%),ନବରଙ୍ଗପୁର(-୨୩%), ନୟାଗଡ(-୨୨%), ବଲାଙ୍ଗୀର(-୨୧%) ଏବଂ କଳାହାଣ୍ଡି (-୨୦%) ଠାରେ ସ୍ବଭାବିକ ବର୍ଷା ଠାରୁ କମ ବର୍ଷା ରେକର୍ଡ କରାଯାଇଛି ।