ଓଡିଶା

odisha

ETV Bharat / city

ବିଧାନସଭା ଅଧିବେଶନ: ଦୈବୀ ଦୁର୍ବିପାକରେ ପ୍ରାଣହାନୀ ରିପୋର୍ଟ ଦେଲେ ମନ୍ତ୍ରୀ - report

ବିଧାନସଭାରେ ୨୦୧୬ଠାରୁ ବର୍ତ୍ତମାନ ସୁଦ୍ଧା ଦୈବୀ ଦୁର୍ଘଟଣାରେ ରାଜ୍ୟରେ 6227ଜଣଙ୍କ ମୃତ୍ୟୁ ହୋଇଥିବା ତଥ୍ୟ ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ।

ଡିଜାଇନ ଫଟୋ

By

Published : Jun 28, 2019, 3:13 PM IST

ଭୁବନେଶ୍ବର: ରାଜ୍ୟରେ ପ୍ରାକୃତିକ ଦୁର୍ବିପାକରେ ୨୦୧୬ ଠାରୁ ବର୍ତ୍ତମାନ ସୁଦ୍ଧା 6227ଜଣଙ୍କ ମୃତ୍ୟୁ ହୋଇଛି । ବିଧାନସଭାରେ ତଥ୍ୟ ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । ବର୍ଷ ୨୦୧୬ -୧୭ରେ ରାଜ୍ୟରେ ଭିନ୍ନ ଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ୧୬୩୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୨୦୧୭-୧୮ ବର୍ଷରେ ୨୨୨୩ ଜଣ ପ୍ରାଣ ହରାଇଥିବା ତଥ୍ୟ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ୧୮-୧୯ରେ ୨୧୭୨ ଜଣଙ୍କ ପ୍ରାଣହାନୀ ହୋଇଛି । ଏବଂ ଚଳିତ ବର୍ଷ ଜୁନ ମାସ ସୁଦ୍ଧା ୧୯୧ ଜଣଙ୍କ ପ୍ରାଣହାନୀ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ବିଧାନସଭାରେ ବିଧାୟକ ଅଙ୍ଗଦ କଁହର ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ତଥ୍ୟ ଗୃହରେ ଉପସ୍ଥାପନ କରିଛନ୍ତି । ବଜ୍ରପାତରେ ୨୦୧୬-୧୭ ମସିହାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪୦୦ ଜଣ ଲୋକଙ୍କ ପ୍ରାଣହାନୀ ହୋଇଥିବା ରିପୋର୍ଟ ଦେଇଛନ୍ତି ମନ୍ତ୍ରୀ ।

ତେବେ ଚଳିତ ବର୍ଷରେ ବର୍ତ୍ତମାନ ସୁଦ୍ଧା ବଜ୍ରପାତରେ ୧୨୫୯ଜଣ, ଅଗ୍ନିକାଣ୍ଡରେ ୨୫୮ ଜଣ ଓ ଅଂଶୁଘାତରେ ୧୧୬ ଜଣ ପ୍ରାଣ ହରାଇଛନ୍ତି । ସେହିପରି ବାତ୍ୟାରେ ୧୨୫, ଝଡତୋଫାନରେ ୩୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଏତଦ୍‌ବ୍ୟତୀତ ବନ୍ୟାରେ ୩୩, ନୌକା ଦୁର୍ଘଟଣାରେ ୨୬, ପାଣିରେ ବୁଡ଼ି ୨୧୩୫ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ, ସାପକାମୁଡାରେ ରାଜ୍ୟରେ ୨୨୧୭ ଜଣ ପ୍ରାଣ ହରାଇଥିବା ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ପ୍ରଦାନ କରିଛନ୍ତି ।


ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details