ଭୁବନେଶ୍ବର: ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁକୁ ନେଇ ମୁହଁ ଖୋଲିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି, କାଳିଆ ମୃତ୍ୟୁରେ ମୁଁ ମର୍ମାହତ । ଯଦି ଆବଶ୍ୟକ ପଡେ ତେବେ ଜଗାକୁ ବାହାରକୁ ପଠାଯିବ । କାଳିଆକୁ ଏତେ ବଡ ଡାକ୍ତର ଟିମ୍ ବଞ୍ଚାଇ ପାରିଲେ ନାହିଁ ବୋଲି ଆମେ ଦୁଃଖିତ ।
କାଳିଆ ମୃତ୍ୟୁରେ ମର୍ମାହତ ସ୍ବାସ୍ଥ୍ୟମନ୍ତ୍ରୀ - ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁକୁ ନେଇ ମୁହଁ ଖୋଲିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ସେ କହିଛନ୍ତି, କାଳିଆ ମୃତ୍ୟୁରେ ମୁଁ ମର୍ମାହତ । ଅଧିକ ପଢନ୍ତୁ...

କାଳିଆ ମୃତ୍ୟୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ
କାଳିଆ ମୃତ୍ୟୁରେ ମର୍ମାହତ ସ୍ବାସ୍ଥ୍ୟମନ୍ତ୍ରୀ
ଏମ୍ସରୁ ବାହାରିବା ପରେ କାଳିଆର ଦେହ ଭଲ ନଥିଲା । ଚିକିତ୍ସା ପାଇଁ ବହୁତ ଚେଷ୍ଟା ହୋଇଥିଲା । ତେବେ ଜଗା ବର୍ତ୍ତମାନ ସୁସ୍ଥ ଅଛି । ଯଦି ଜଗାର ଦେହ ଖରାପ ହୁଏ ଓ ଯଦି ବାହାରକୁ ଯିବାକୁ ପଡେ ତେବେ ତାକୁ ଚିକିତ୍ସା ପାଇଁ ଏମ୍ସ ପଠାଯିବ । ରାଜ୍ୟ ସରକାର ସବୁ କରିବାକୁ ପ୍ରସ୍ତୁତ ଅଛନ୍ତି । ସେମାନଙ୍କୁ ମନିଟର କରୁଥିବା ଡାକ୍ତର ଅଶୋକ ମହାପାତ୍ରଙ୍କ ପରାମର୍ଶ ନିଆଯିବ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ
Last Updated : Nov 26, 2020, 5:42 PM IST