ଓଡିଶା

odisha

By

Published : Apr 16, 2021, 8:12 PM IST

ETV Bharat / city

କୋରୋନାର ଦ୍ବିତୀୟ ଲହରୀ ପାଇଁ 10 ଗୁଣ ପ୍ରସ୍ତୁତ ସ୍ୱାସ୍ଥ୍ୟ ବିଭାଗ

କୋରୋନାର ଦ୍ବିତୀୟ ଲହର ପାଇଁ ସରକାର ସଜାଗ । ବେସରକାରୀ ମେଡିକାଲରେ 338 ଭେଣ୍ଟିଲେଟର ରହିଥିବାବେଳେ 555 ଭେଣ୍ଟିଲେଟର ରଖିବା ପାଇଁ ପ୍ରସ୍ତୁତି ଚାଲିଛି । ଅଧିକ ପଢନ୍ତୁ...

କରୋନାର 2ୟ ଲହରୀ ପାଇଁ 10 ଗୁଣା ପ୍ରସ୍ତୁତ ସ୍ୱାସ୍ଥ୍ୟ ବିଭଗ
କରୋନାର 2ୟ ଲହରୀ ପାଇଁ 10 ଗୁଣା ପ୍ରସ୍ତୁତ ସ୍ୱାସ୍ଥ୍ୟ ବିଭଗ

ଭୁବନେଶ୍ବର: କୋରୋନାର ଦ୍ବିତୀୟ ଲହର ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ମୁକାବିଲା କରିବା ପାଇଁ ପ୍ରଥମ ଲହରୀ ଅପେକ୍ଷା ଏହି ଦ୍ୱିତୀୟ ଲହରୀ ପାଇଁ 10 ଗୁଣା ପ୍ରସ୍ତୁତ ରହିଛି ସ୍ୱାସ୍ଥ୍ୟ ବିଭାଗ ।

କରୋନାର 2ୟ ଲହରୀ ପାଇଁ 10 ଗୁଣା ପ୍ରସ୍ତୁତ ସ୍ୱାସ୍ଥ୍ୟ ବିଭଗ
ସଂକ୍ରମଣ ଆଗକୁ ପଢିବାର ସମ୍ଭାବନା ଯଥେଷ୍ଟ । ଗତବର୍ଷ ପ୍ରସ୍ତୁତି ଠିକ ଥିଲା ବୋଲି ସଠିକ ଭାବରେ କୋରୋନା ମୁକାବିଲା କରାଯାଇଥିଲା । ଗତବର୍ଷ ପିକ ସମୟରେ ଯେତିକି ଅକ୍ସିଜେନ ଥିଲା ଏଥର 10 ଗୁଣା ଅଧିକ ମହଜୁଦ ରଖାଯାଇଛି ବେଲି ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଅଜୟ ମହାପାତ୍ର କହିଛନ୍ତି ।

ବେସରକାରୀ ମେଡିକାଲରେ 338 ଭେଣ୍ଟିଲେଟର ରହିଥିବା ବେଳେ 555 ଭେଣ୍ଟଲେଟର ରଖିବା ପାଇଁ ପ୍ରସ୍ତୁତ ଚାଲିଛି । ସରକାରୀ ମେଡିକାଲରେ 108ଟି ଭେଣ୍ଟଲେଟର ରହିଥିବା ବେଳେ ବର୍ତ୍ତମାନ 423 ଭେଣ୍ଟଲେଟର ରଖିବା ପାଇଁ ପ୍ରସ୍ତୁତି ଚାଲିଛି । ମେଡିକାଲ ଗୁଡିକରେ ହାଇ ଡ଼ିପେଡେନ୍ସି ୟୁନିଟ ଖୋଲାଯିବ । ରାଜ୍ୟରେ 3ଟି ପ୍ରମୁଖ ମେଡିକାଲ କଲେଜରେ 3 ଗୁଣା ବେଡ଼ ବୃଦ୍ଧି କରାଯିବ । ଯାହା ବ୍ରହ୍ମପୁର ସମ୍ବଲପୁର ଓ କଟକ ବଡ ମେଡିକାଲ ସରକାରୀ ହସ୍ପିଟାଲ ପାଇଁ ବ୍ୟବସ୍ଥା କରାଯାଇଛି । କେତେ ରୋଗୀ ଚିକିତ୍ସା ହେଉଛନ୍ତି, କେତେ ଆଇସିୟୁକୁ ଗଲେ ସବୁଦିନ ମନିଟର କରାଯାଉଛି । ପଞ୍ଚାୟତ ଗୁଡୁକରେରେ ସିଟି ସେଣ୍ଟରକୁ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି ବୋଲି ଅଜୟ ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details