ଓଡିଶା

odisha

ETV Bharat / city

'ରାଜ୍ୟରେ ବଢୁଥିବା ପରିସଂଖ୍ୟାନ ଉଦବେଗଜନକ ନୁହେଁ' - କୋରୋନା ଭାଇରସ ଖବର

ରାଜ୍ୟରେ ବଢୁଥିବା ପରିସଂଖ୍ୟାନ ଉଦବେଗ ଜନକ ନୁହେଁ ବୋଲି ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ଜାତୀୟ ସଂକ୍ରମଣ ତୁଳନାରେ ରାଜ୍ୟରେ ଭଲ ସ୍ଥିତିରେ ରହିଛି। ଅଯଥା ଟେଷ୍ଟ କରିବା ଅପେକ୍ଷା ଟାର୍ଗେଟ ଟେଷ୍ଟ କରାଯାଉଛି। ଅଧିକ ପଢନ୍ତୁ...

The growing numbers of covid19 in the state are not alarming
'ରାଜ୍ୟରେ ବଢୁଥିବା ପରିସଂଖ୍ୟାନ ଉଦବେଗଜନକ ନୁହେଁ'

By

Published : Apr 6, 2021, 1:52 PM IST

ଭୁବନେଶ୍ବର:ରାଜ୍ୟରେ ବଢୁଥିବା ପରିସଂଖ୍ୟାନ ଉଦବେଗ ଜନକ ନୁହେଁ ବୋଲି ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ରାଜ୍ୟରେ ଯେଉଁଭକି ଭାବରେ କୋରୋନା ସଂକ୍ରମଣ ବଢୁଛି ତାହା ଉଦବେଗଜନକ ନୁହେଁ। ଜାତୀୟ ସଂକ୍ରମଣ ତୁଳନାରେ ରାଜ୍ୟରେ ଭଲ ସ୍ଥିତିରେ ରହିଛି। ଅଯଥା ଟେଷ୍ଟ କରିବା ଅପେକ୍ଷା ଟାର୍ଗେଟ ଟେଷ୍ଟ କରାଯାଉଛି।

'ରାଜ୍ୟରେ ବଢୁଥିବା ପରିସଂଖ୍ୟାନ ଉଦବେଗଜନକ ନୁହେଁ'

ରାଜ୍ୟରେ ବଢୁଥିବା ପରିସଂଖ୍ୟାନ ଉଦବେଗ ଜନକ ନୁଏହଁ। ଅଧିକ ଲୋକ ଟ୍ରେସିଂ ସହ ଟେଷ୍ଟ ମଧ୍ୟ କରାଯିବା ସହ ସେମାନଙ୍କୁ ଆଇସଲେସନ ରେ ରଖାଯିବା ଭଲ। ଜାତୀୟ ହାର ତୁଳନାରେ ଆମ ରାଜ୍ୟର ସ୍ଥିତି ବହୁତ ଭଲ ରହିଛି। ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କ ଉପରେ କଡ଼ାକଡ଼ି ଭାବରେ ନଜର ରହିଛି। ରାଜ୍ୟରେ ହସ୍ପିଟାଲ ବେଡ଼ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିଛି। ରାଜ୍ୟର ସମସ୍ତ ଜିଲ୍ଲାପାଳ ଙ୍କୁ କୁହାଯାଇଛି ହସ୍ପିଟାଲ ର ସମସ୍ତ ବେଡ଼ ପ୍ରସ୍ତୁତ ରଖିବା ପାଇଁ। ବର୍ତ୍ତମାନ କରୋନା କଟକଣା ଅପେକ୍ଷା ସଚେତନ ଅଧିକ ଆବଶ୍ୟକ। ସମସ୍ତ ଜିଲ୍ଲାପାଳ, କମିଶନର ମାନଙ୍କୁ କୁହାଯାଇଛି ଯେ ସ୍ଥିତି ଦେଖି ନିଷ୍ପତି । ଯେଉଁଠାରେ ଆବଶ୍ୟକ ପଡିବ ସେଠାରେ ପଦକ୍ଷେପ ନିଆଯିବ। ଅଯଥା ଟେଷ୍ଟ କରିବା ଅପେକ୍ଷା ଆମେ ଟାର୍ଗେଟ ଟେଷ୍ଟ କରୁଛୁ। ତେଣୁ ଏବେ ଟେଷ୍ଟ ଟିକେ କମ ରହିଛି। ଆଗକୁ ଧୀରେ ଧୀରେ ଟେଷ୍ଟ ଅଧିକ କରାଯିବ। ସୀମାବର୍ତ୍ତି ଜିଲ୍ଲା ଗୁଡିକର ଲୋକମାନଙ୍କୁ ସଚେତନ କରାଯାଉଛି ଯଦି କୌଣସି କାମ ନାହିଁ ତେବେ ପଡୋଶୀ ରାଜ୍ୟକୁ ନଯିବା ପାଇଂ ପରାମର୍ଶ ଦିଆଯାଉଛି।

ସୂଚନାଥାଉକି ଦିନକୁ ଦିନ ରାଜ୍ୟର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜିଲ୍ଲାକୁ କର୍ଫ୍ୟୁ ଜାରୀ କରିଛନ୍ତି । କୋରୋନା ଗାଇଡଲାଇନ ମାନିବାକୁ ସରକାର କଟକଣା ଜାରୀ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ABOUT THE AUTHOR

...view details