ଓଡିଶା

odisha

ETV Bharat / city

ବିପଦରେ ରାଜ୍ୟର ବନ୍ୟପ୍ରାଣୀ, ଜଙ୍ଗଲରୁ ସଫା ହୋଇଯିବେ ଜଙ୍ଗଲୀ ଜନ୍ତୁ ! - ଜଙ୍ଗଲରୁ ସଫା ହୋଇଯିବେ ଜଙ୍ଗଲୀ ଜନ୍ତୁ

ଦିନକୁ ଦିନ କମିବାରେ ଲାଗିଛି ବନ୍ୟଜନ୍ତୁଙ୍କ ସଂଖ୍ୟା । ବେଧଡ଼କ ଶିକାର ହେଉଥିବା ଯୋଗୁଁ ବିଲୁପ୍ତ ପ୍ରାଣୀଙ୍କ ସଂଖ୍ୟା କମିଛି । ଫଳରେ ବନ୍ୟପ୍ରାଣୀ ଲୋପ ହୋଇଯିବାର ଆଶଙ୍କା ଦୃଢୀଭୂତ ହେବାରେ ଲାଗିଛି । ଅଧିକ ପଢନ୍ତୁ

ବିପଦରେ ରାଜ୍ୟର ବନ୍ୟପ୍ରାଣୀ, ଜଙ୍ଗଲରୁ ସଫା ହୋଇଯିବେ ଜଙ୍ଗଲୀ ଜନ୍ତୁ !
ବିପଦରେ ରାଜ୍ୟର ବନ୍ୟପ୍ରାଣୀ, ଜଙ୍ଗଲରୁ ସଫା ହୋଇଯିବେ ଜଙ୍ଗଲୀ ଜନ୍ତୁ !

By

Published : May 23, 2022, 9:01 PM IST

ଭୁବନେଶ୍ବର/ରାୟଗଡା: ଟଙ୍କା ପାଇ ଦାଉରେ ଲାଗିଛନ୍ତି ଜଙ୍ଗଲୀ ଜନ୍ତୁ । ମୁକୁଳା ପଡିଛି ଜଙ୍ଗଲ, ଫଳରେ ଅବାଧରେ ଚାଲିଛି ବେଧଡ଼କ ବନ୍ୟପ୍ରାଣୀଙ୍କ ଶିକାର। କେତେବେଳେ ବାଘ ଛାଲ ଜବତ ହେଉଛି ତ ଆଉ କେତେବେଳେ ହାତୀଦାନ୍ତ । ଫଳରେ ଲୋପ ପାଇବାକୁ ଯାଉଛନ୍ତି ବିଲୁପ୍ତ ପ୍ରାଣୀ । ଗତକାଲି ରାୟଗଡ଼ା ରାମନଗୁଡ଼ାରୁ STF ଟିମ ବାଘଛାଲ ଜବତ କରିବା ପରେ ସାମ୍ନାକୁ ଆସିଛି ଏହି ବିସ୍ଫୋରକ ତଥ୍ୟ । ଯାହାକି ବନ୍ୟ ବିଭାଗର ଚିନ୍ତା ବଢାଇଛି ।

ବିପଦରେ ରାଜ୍ୟର ବନ୍ୟପ୍ରାଣୀ, ଜଙ୍ଗଲରୁ ସଫା ହୋଇଯିବେ ଜଙ୍ଗଲୀ ଜନ୍ତୁ !

ମହାବଳ ବାଘଠୁ ଆରମ୍ଭ କରି ଚିତା, କଲରାପତରିଆ ବାଘ, ହରିଣ ଛାଲ, ଜଙ୍ଗଲୀ ପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଯାହାକି ବନ୍ୟଜନ୍ତୁଙ୍କ ଲୋପ ପାଇବାର ଆଶଙ୍କାକୁ ଦୃଢୀଭୂତ କରିଛି । ବିଗତ ୨୦୨୦ରୁ ଏଯାବତ ରାଜ୍ୟରେ ଜବତ ହେଲାଣି ୨୯ଟି ବାଘ ଛାଲ । ୧୪ଟି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶିକାରି, ବେପାରୀଙ୍କ ସହ ଦଲାଲଙ୍କୁ ଗିରଫ କରିଛି ଏସଟିଏଫ୍ ଟିମ । ତଥାପି ଅବାଧରେ ଚାଲୁଛି ବନ୍ୟପ୍ରାଣୀ ଶିକାର ।

STFର ତଥ୍ୟ ଅନୁସାରେ ୨୦୨୦ରୁ ଆରମ୍ଭ ହୋଇଥିବା ବନ୍ୟପ୍ରାଣୀ ସ୍ପେଶାଲ ଡ୍ରାଇଭରେ ସର୍ବାଧିକ ବୌଦ୍ଧ ଜିଲ୍ଲାରୁ ୬ଟି ବାଘଛାଲ ଜବତ ସହ ନୟାଗଡରୁ ୫ଟି ଓ ମୟୂରଭଞ୍ଜରୁ ୪ଟି ଲେଖାଏଁ ବାଘ ଛାଲ ଜବତ ହୋଇଛି । ସେହିପରି ବଲାଙ୍ଗୀର, କେନ୍ଦୁଝର, ଅନୁଗୋଳ, ସମ୍ବଲପୁର, ବରଗଡ଼, ସୋନପୁର, ନୂଆପଡା, ମୟୂରଭଞ୍ଜ, ଫୁଲବାଣୀ, ରାୟଗଡ଼ା ଭଳି ଜିଲ୍ଲାରୁ ମଧ୍ୟ ଅନେକ ସମୟରେ ସୂଚନା ପାଇ ଏସଟିଏଫ୍ ଧରିଛି ବାଘ ଛାଲ । ହେଲେ ବନବିଭାଗ ଦାୟିତ୍ବ ଏସଟିଏଫ୍ ତୁଲାଉଥିବା ବେଳେ ଅବାଧ ଶିକାର ଉପରେ ଲାଗିପାରୁନି ରୋକ‌।

କେବଳ ସେତିକି ନୁହେଁ ୨୦୨୦ରୁ ଏଯାବତ ୨୪ ହାତୀ ଦାନ୍ତ, ୭ଟି ହରିଣ ଛାଲ, ୧୪ଟି ଜୀବନ୍ତ ବଜ୍ରକାପ୍ତା, ୩୦କେଜିରୁ ଊର୍ଦ୍ଧ୍ବ ବଜ୍ରକାପ୍ତା ଛାଲ ସହ ବାଘ ଦାନ୍ତ, ନଖ ଓ ଶୁଆ ମଧ୍ୟ ଜବତ ହୋଇଛି । ପୁରା ଘଟଣାରେ ୭୦ ଜଣ ବନ୍ୟପ୍ରାଣୀ ତସ୍କରଙ୍କୁ ଗିରଫ କରାଯାଇଥିଲେ ସୁଦ୍ଧା ଏହାର ନେଟୱାର୍କର ସୁରାକ ମିଳୁନି । ଫଳରେ ବନ୍ୟପ୍ରାଣୀ ଶିକାର ଓ ବେପାର ପାଇ ପ୍ରୋତ୍ସାହନ ମିଳୁଛି । ଆଉ ଅବାଧରେ ବନ୍ୟପ୍ରାଣୀ ଅଙ୍ଗତସ୍କରୀ ହେଉଛି ।

ଭୁବନେଶ୍ବରରୁ ତାପସ ପରିଡ଼ା ଓ ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ABOUT THE AUTHOR

...view details