ଭୁବନେଶ୍ବର: ଜେଇଇ ଓ ନିଟ ପରୀକ୍ଷାର୍ଥୀଙ୍କ ଯିବା ଆସିବା ପାଇଁ ମିଳିବ ମାଗଣା ସୁବିଧା । ସମ୍ପ୍ରତି ମହାମାରୀ ଓ ବନ୍ୟା ସମୟରେ ପରୀକ୍ଷାର୍ଥୀଙ୍କୁ ସମସ୍ତ ସୁବିଧା ମାଗଣାରେ ଯୋଗାଇବେ ସରକାର ।
ରାଜ୍ୟର 7 ସହରରେ 26ଟି ସେଣ୍ଟରରେ ଜେଇଇ ଓ ନିଟ ପରୀକ୍ଷା କରାଯିବ । ଏଥିରେ ରାଜ୍ୟରୁ ପ୍ରାୟ 37 ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏହି ମହାମାରୀ ସମୟରେ ଜେଇଇ ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଅଗଷ୍ଟ 30 ତାରିଖରୁ ସେପ୍ଟେମ୍ବର 7 ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କ ପାଇଁ ଯାତାୟତର ସମସ୍ତ ସୁବିଧା ମାଗଣାରେ ଯୋଗାଇବେ ସରକାର ।
ପରୀକ୍ଷାର୍ଥୀମାନେ ସେମାନଙ୍କ ଅଭିଭାବକଙ୍କ ସହ ମଧ୍ୟ ମାଗଣାରେ ଯାତାୟାତ କରିପାରିବେ । ବିନା କୌଣସି ଖର୍ଚ୍ଚରେ ସରକାର ପରୀକ୍ଷାର୍ଥୀଙ୍କୁ ଏହି ସୁବିଧା ଯୋଗାଇବେ । ଦରକାର ପଡ଼ିଲେ କୋରୋନା କଟକଣା କୋହଳ ହେବ ଏବଂ ପରୀକ୍ଷାର୍ଥୀ ଆଡ଼ମିଟ କାର୍ଡ ଦେଖାଇଲେ ଯାତାୟତ କୌଣସି ଅସୁବିଧାର ସାମନା କରିପାରିବେ ନାହିଁ । ଏନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି ।