ଭୁବନେଶ୍ବର : ଟିକାର ଭିନ ଭିନ୍ନ ଦରକୁ ନେଇ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।ଟିକା ଦରକୁ ନେଇ ନାପସନ୍ଦ କରିଛନ୍ତି ସୁର। ସୁର କହିଛନ୍ତି ଲୋକଙ୍କ ଜୀବନ ସହ ଖେଳା ହେଉଛି। ଦୁଇଟି ଡୋଜ କୋଭ୍ୟାକ୍ସିନ 3 ହଜାରରେ କିଣିବାକୁ ପଡିବ । ଛାତ୍ରଛାତ୍ରୀ, ଗରିବ ମଧ୍ୟବିତ୍ତ ଲୋକ କେଉଁଠୁ ଟଙ୍କା ଆଣିବେ ବୋଲି ପ୍ରଶ୍ନ କରିଛନ୍ତି ।
ମାଗଣା ଟିକା ଦିଅନ୍ତୁ ସରକାର : ସୁର - free vaccines demad by sura
ଟିକାର ଭିନ୍ନ ଭିନ୍ନ ଦରକୁ ନେଇ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । କହିଲେ ସରକାର ଦିଅନ୍ତୁ ମାଗଣା ଟିକା । ଅଧିକ ପଢନ୍ତୁ...
ମାଗଣା ଟିକା ଦିଅନ୍ତୁ ସରକାର : ସୁର
ଏତେ ଦର ଦେଇ ଟିକା କିଣିବା ସାଧାରଣ ଜନତା ପ୍ରତି ସମ୍ଭବ ନୁହେଁ । ତେଣୁ ଏପରି ହେଲେ ସେମାନେ ଟିକା ନେବାରୁ ବଞ୍ଚିତ ରହିବେ ବୋଲି ସୁର କହିଛନ୍ତି । ତେଣୁ ତୁରନ୍ତ ତୁରନ୍ତ ଏହା ପ୍ରତ୍ୟାହାର କରାଯିବା ସହ ଓଡ଼ିଶା ସରକାର ବି କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରନ୍ତୁ । କେନ୍ଦ୍ର ସରକାର ମଧ୍ୟ ମାଗଣାରେ ଟୀକା ଦେବା ପାଇଁ ବ୍ୟବସ୍ଥା କରିବା ପାଇଁ ସୁର ଦାବି କରିଛନ୍ତି । ଏହାସହ ବିଭିନ୍ନ ବେସରକାରୀ କମ୍ପାନୀ ମାନେ ମଧ୍ୟ ସହାୟତା କରିବା ଆବଶ୍ୟକ ବୋଲି କହିଛନ୍ତି ସୁର ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ