ଭୁବନେଶ୍ବର: କୋରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଲାଣି । ଫଳରେ ଅନେକ ରାଜ୍ୟରେ ଲକଡାଉନ ଜାରି କରାଯାଇଛି । ସେଥିପାଇଁ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିବା ମଧ୍ୟ ଆରମ୍ଭ ହେଲାଣି। ପ୍ରବାସୀ ଶ୍ରମିକଙ୍କ ରାଜ୍ୟକୁ ଫେରିବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ।
ପ୍ରବାସୀ ଶ୍ରମିକଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର: ଶ୍ରମମନ୍ତ୍ରୀ - migrant labour issue in covid situation
ପ୍ରବାସୀ ଶ୍ରମିକଙ୍କ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ସରକାର, ସୂଚନା ଦେଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ଅଧିକ ପଢନ୍ତୁ...
ମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବେଡ଼ ଓ କ୍ବାରେଣ୍ଟାଇନ କେନ୍ଦ୍ରର ବ୍ୟବସ୍ଥା କରାଯାଉଛି। ଗତଥର ପଞ୍ଚାୟତ ସ୍ତରରେ କ୍ବାରେଣ୍ଟାଇନ କେନ୍ଦ୍ର ହୋଇଥିଲା । ବର୍ତ୍ତମାନ ମଧ୍ୟ ସ୍ଥିତିକୁ ଦୃଷ୍ଚିରେ ରଖି ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଯୋନରେ କ୍ବାରେଣ୍ଟାଇନ କେନ୍ଦ୍ର ବ୍ୟବସ୍ଥା କରାଯିବ। ଏବେ ସ୍ଥିତି ଠିକ ଅଛି, ହେଲେ ଆଗକୁ ଆହୁରି ବିଗିଡିବା ଆଶଙ୍କା ରହିଛି । ମୁଖ୍ୟତଃ ଛତିଶଗଡ଼ ସୀମାନ୍ତରୁ ପ୍ରବାସୀ ରାଜ୍ୟକୁ ଫେରିବେ । ଗତ ଥର 9 ଲକ୍ଷ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଥିଲେ । ତେଣୁ ଚଳିତଥର 9 ଲକ୍ଷରୁ କମ ଫେରିବାର ସମ୍ଭାବନା ଅଛି । ସେଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ମଧ୍ୟ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ , ଇଟିଭି ଭାରତ