ଭୁବନେଶ୍ବର:କୋରୋନା ପାଇଁ ସରକାର ସମସ୍ତ ବିଭାଗର ଅଧିକାରୀଙ୍କ କାର୍ଯ୍ୟାଳୟ ଆସିବା ଉପରେ କଟକଣା ଲାଗୁ କରିଛନ୍ତି ସରକାର । କେଉଁ ବିଭାଗର ଅଧିକାରୀ କାର୍ଯ୍ୟାଳୟ ଯିବା ଆବଶ୍ୟକ କି ନାହିଁ ସେ ନେଇ ସ୍ପଷ୍ଟ କରିଛନ୍ତି ସରକାର । ମୋଟ 3ଟି କାଟେଗୋରୀରେ ସମସ୍ତ ବିଭାଗକୁ ବିଭକ୍ତ କରାଯାଇଛି । ସେଗୁଡିକ ହେଲା କ୍ରିଟିକାଲ, ଆଂଶିକ କ୍ରିଟିକାଲ, ନନ କ୍ରିଟିକାଲ ।
ଖାଦ୍ୟ,ସାଧାରଣ ଯୋଗାଣ ଓ ଖାଉଟି କଲ୍ୟାଣ, ସାଧାରଣ ପ୍ରଶାସନ, ନଗର ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସ୍ବତନ୍ତ୍ର ରିଲିଫ୍ କମିଶନର ଏବଂ ଓସଡାମା କ୍ରିଟିକାଲ୍ ବିଭାଗ ଅଧିନରେ ଆସୁଛି । ଏହି ସବୁ ବିଭାଗର ସମସ୍ତ କର୍ମଚାରୀମାନେ କାର୍ଯ୍ୟାଳୟ ଆସିବା ବାଧ୍ୟତା ମୂଳକ । ସମ୍ପୃକ୍ତ ବିଭାଗ ଅଧୀନରେ ରହୁଥିବା ନିର୍ଦ୍ଦେଶାଳୟ, ଏଜେନ୍ସି, ପିଏସୟୁ ଗୁଡ଼ିକ ସମ୍ପର୍କରେ ସଚିବ ଯାହା ନିଷ୍ପତ୍ତି ନେବେ । ସେହିପରି ବାଣିଜ୍ୟ ଏବଂ ପରିବହନ, ଇଲେକଟ୍ରୋନିକ୍ସ ଓ ଆଇଟି, ଶକ୍ତି, ଅର୍ଥ, ସୂଚନା ଓ ଲୋକ ସମ୍ପର୍କ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ରାଜସ୍ବ, ଏସସି ଏବଂ ଏସଟି ଉନ୍ନୟନ ଏବଂ ପୂର୍ତ୍ତ ବିଭାଗ ଗୁଡିକ ଆଶିଂକ କ୍ରିଟିକାଲରେ ଆସୁଛି । ଏହି ବିଭାଗ ଗୁଡିକର ଦାୟିତ୍ବରେ ଥିବା ଅଧିକାରୀ ଏବଂ ସହଯୋଗୀମାନେ ଅଫିସ ଆସିବେ । ତେବେ ଏହି ବିଭାଗ ଗୁଡିକରେ କେଉଁମାନେ ଅଫିସ ଆସିବେ ତାହା ସଚିବ ସ୍ଥିର କରିବେ ।