ଓଡିଶା

odisha

ETV Bharat / city

ସଟଡାଉନ ପୂର୍ବରୁ ଚେକିଙ୍କ କଡାକଡି - ଭୁବନେଶ୍ବର ଓ ଭଦ୍ରକ

ସରକାର ଦେଶବ୍ୟାପୀ 21 ଦିନିଆ ଲକଡାଉନ ଘୋଷଣା କରିଥିବା ବେଳେ ଶୁକ୍ରବାର ସଂନ୍ଧ୍ୟା 8ଟାରୁ ଦୈତ୍ୟ ନଗରୀ ଭୁବନେଶ୍ବର ଓ କଟକ ସହ ଭଦ୍ରକ ଜିଲ୍ଲାରେ 48 ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏନେଇ ଡ଼ମଣା ଛକ ନିକଟରେ ଚେକିଙ୍ଗ କଡାକଡି ଚାଲିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

The government announced a 48-hour shutdown in Bhubaneswar and Bhadrak
ଭୁବନେଶ୍ବର ଓ ଭଦ୍ରକରେ 48 ଘଣ୍ଟିଆ ସଟ ଡାଉନ ଘୋଷଣା କଲେ ସରକାର

By

Published : Apr 3, 2020, 5:56 PM IST

Updated : Apr 3, 2020, 6:41 PM IST

ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ ସରକାର ଦେଶବ୍ୟାପୀ 21 ଦିନିଆ ଲକଡାଉନ ଘୋଷଣା କରିଥିବା ବେଳେ ଶୁକ୍ରବାର ସଂନ୍ଧ୍ୟା 8ଟାରୁ ଦୈତ୍ୟ ନଗରୀ ଭୁବନେଶ୍ବର ଓ କଟକ ସହ ଭଦ୍ରକ ଜିଲ୍ଲାରେ 48 ଘଣ୍ଟିଆ ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବର ଓ ଭଦ୍ରକରେ 48 ଘଣ୍ଟିଆ ସଟ ଡାଉନ ଘୋଷଣା କଲେ ସରକାର

ଏହା ପୂର୍ବରୁ ରାଜଧାନୀରେ କମିଶନରେଟ ପୋଲିସ ପକ୍ଷରୁ ଲକଡାଉନ ନିୟମକୁ ଉଲ୍ଲଙ୍ଘନ କରି ଯାତାୟାତ କରୁଥିବା ଲୋକଙ୍କ ଉପରେ ଶକ୍ତ ହୋଇଥିବା ଦେଖିବାକୁ ମିଳିଛି। ଯେଉଁମାନେ ପୋଲିସ ପକ୍ଷରୁ ପ୍ରଦାନ କରାଯାଇଥିବା ପାସ ନ ଆଣି ରାସ୍ତାକୁ ବାହାରୁଛନ୍ତି ସେମାନଙ୍କୁ ଅଟକ ରଖି ସେମାନଙ୍କ ଗାଡିକୁ ଜବତ କରିବା ସହ ତାଙ୍କ ଠାରୁ ଫାଇନ ଆଦାୟ କରାଯାଇଛି ।

ଆବଶ୍ୟକସ୍ଥଳେ ସେମାନଙ୍କୁ ଥାନାକୁ ମଧ୍ୟ ନିଆ ଯାଉଛି । ପୂର୍ବରୁ ଘୋଷଣା ହୋଇଥିବା ଲକଡାଉନ ନିୟମକୁ ଲୋକେ ଉଲଙ୍ଘନ କରୁଥିବାରୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ ଆଜି ଭୁବନେଶ୍ୱରର ଡ଼ମଣା ଛକ ନିକଟରେ ହୋଇଥିବା ଚେକିଙ୍ଗ ବେଳେ 4ରୁ ଉର୍ଦ୍ଧ୍ବ ଚାରି ଚକିଆ ଗାଡି ସହ 10ରୁ ଉର୍ଦ୍ଧ୍ବ ଦୁଇ ଚକିଆ ଗାଡି ମାଲିକଙ୍କୁ ନିୟମ ଉଲ୍ଲଙ୍ଘନ ପାଇଁ ମୋଟା ଆକାରର ଫାଇନ ଦେବାକୁ ପଡିଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Last Updated : Apr 3, 2020, 6:41 PM IST

ABOUT THE AUTHOR

...view details