ଓଡିଶା

odisha

ETV Bharat / city

ଉଜ୍ବଳ ଜ୍ଞାନ ସମାଜ ଓ ବୈଶ୍ବିକ ଜ୍ଞାନର ମହାଶକ୍ତି ଭାବେ ପରିଣତ କରିବା ଶିକ୍ଷାନୀତିର ଲକ୍ଷ୍ୟ - Pm Narendra Modi

ନୂତନ ଜାତୀୟ ଶିକ୍ଷାନୀତି ହିସାବରେ ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଶିକ୍ଷା କ୍ଷେତ୍ରରେ ନୂଆ ସଂସ୍କାର ଅଣାଯିବା ନିହାତ ଆବଶ୍ୟକ ନେଇ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଅଧିକ ପଢନ୍ତୁ...

ଉଜ୍ଜ୍ବଳ ଜ୍ଞାନ ସମାଜ ଓ ବୈଶ୍ବିକ ଜ୍ଞାନର ମହାଶକ୍ତି ଭାବେ ପରିଣତ କରିବା ଶିକ୍ଷାନୀତିର ଲକ୍ଷ୍ୟ
ଉଜ୍ଜ୍ବଳ ଜ୍ଞାନ ସମାଜ ଓ ବୈଶ୍ବିକ ଜ୍ଞାନର ମହାଶକ୍ତି ଭାବେ ପରିଣତ କରିବା ଶିକ୍ଷାନୀତିର ଲକ୍ଷ୍ୟ

By

Published : Jul 21, 2021, 8:53 PM IST

Updated : Jul 21, 2021, 9:13 PM IST

ଭୁବନେଶ୍ବର: ନୂଆ ଜାତୀୟ ଶିକ୍ଷା ନୀତି ମାଧ୍ୟମରେ ଭାରତକୁ ଏକ ଉଜ୍ଜ୍ୱଳ ଜ୍ଞାନ ସମାଜ ଏବଂ ବୈଶ୍ୱିକ ଜ୍ଞାନ ମହାଶକ୍ତି ଭାବେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି ଦ୍ୱାରା ଭର୍ଚ୍ଚୁଆଲ ମୋଡରେ ଆୟୋଜିତ ତିନିଦିନିଆ ୱାର୍ଲଡ୍ପଣି ସମ୍ମିଟରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଥିବା ଏହି ସମ୍ମିଳନୀର ଶୀର୍ଷକ ରହିଛି ‘ଭବିଷ୍ୟତର ବିଶ୍ୱବିଦ୍ୟାଳୟ' । ଶିକ୍ଷାନୁଷ୍ଠାନ ଗୁଡ଼ିକର ନିର୍ମାଣରେ ସ୍ଥିରତା, ସାମାଜିକ ଦାୟିତ୍ୱ ଏବଂ ସମାଜର ପ୍ରଭାବ’ । ଭାରତୀୟ ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ସ୍ୱାଧୀନତା ପରବର୍ତୀ ସମୟରେ ପରିବର୍ତ୍ତ-ନ ଅଣାଯାଇଥିଲା ।

ଉଜ୍ଜ୍ବଳ ଜ୍ଞାନ ସମାଜ ଓ ବୈଶ୍ବିକ ଜ୍ଞାନର ମହାଶକ୍ତି ଭାବେ ପରିଣତ କରିବା ଶିକ୍ଷାନୀତିର ଲକ୍ଷ୍ୟ

ତେବେ ଜଗତିକରଣ ଏବଂ ଉଦାରିକରଣ ସମୟରେ ଆମର ରହିଥିବା ଲକ୍ଷ୍ୟକୁ ହାସଲ କରିବା ତଥା ଦେଶର ସାମଗ୍ରିକ ବିକାଶ କରିବା ପାଇଁ ଶିକ୍ଷା କ୍ଷେତ୍ରରେ ନୂଆ ସଂସ୍କାର ଅଣାଯିବା ନିହାତି ଜରୁରୀ ହୋଇପଡ଼ିଛି । ଏହି ପରିପ୍ରେକ୍ଷୀରେ ଶିକ୍ଷା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ନୂଆ ଶିକ୍ଷା ଭିତିଭୂମି ପ୍ରସ୍ତୁତ କରିବା ପାଇଁ ଏନଇପି-୨୦୨୦ ଅଣାଯାଇଛି ।

ନୂଆ ଶିକ୍ଷା ନୀତିର ୪ଟି ସ୍ତମ୍ଭ ହେଉଛି ଗୁଣାତ୍ମକ, ସମାନତା, ଉପଲବ୍ଧି ଏବଂ ସୁଲଭରେ ଶିକ୍ଷା ପ୍ରଦାନ କରିବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପିତ ଆତ୍ମନିର୍ଭର ଭାରତର ମୂଳଦୁଆକୁ ମଜବୁତ୍ କରିବାରେ ନୂଆ ଜାତୀୟ ଶିକ୍ଷା ନୀତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଷ୍ଟଡ଼ି ଇନ୍ ଇଣ୍ଡିଆ ଦୂରଦୃଷ୍ଟିରେ ନୂଆ ଶିକ୍ଷା ନୀତି ଦକ୍ଷତା ସହିତ ଶିକ୍ଷାର ଏକୀକରଣକୁ ସହଜ କରିବ । ଏହି ନୀତି ଦେଶର ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଶିକ୍ଷାକୁ ଆହୁରି ସାମଗ୍ରିକ, ନମନୀୟ କରିବା ସହିତ ଏକବିଂଶ ଶତାବ୍ଦୀର ଆବଶ୍ୟକତାର ଆବଶ୍ୟକତା ପ୍ରତି ଧ୍ୟାନ ଦେବ । ଏହା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ଅଭିନବ ସାମର୍ଥ୍ୟକୁ ଆହୁରି ବିକଶିତ କରିବ । ଦେଶର ଶିକ୍ଷା କ୍ଷେତ୍ରକୁ ପରିବର୍ତନ କରିବା ଉପରେ ଭାରତ ସରକାରଙ୍କ ପ୍ରତିବଦ୍ଧତା ଉପରେ କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଭାରତର ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ତିଆରି କରିବା ପାଇଁ ବହୁମୁଖୀ ଶିକ୍ଷା ଏବଂ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ଏମଇଆରୟୁ)କୁ ଲୋକପ୍ରିୟ କରିବା ପାଇଁ ପଦକ୍ଷେପ ନିଆଯାଉଛି ।

ଏଥିସହ ଶିକ୍ଷାକୁ ସାମଗ୍ରିକ, ଅଭିନବ, ବିବିଧ ଭାଷାଭିତିକ ଏବଂ ବହୁ-ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ପ୍ରୟାସ କରାଯାଉଛି । କୋଭିଡ୍ ସମୟରେ ଡିଜିଟାଲ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଇଛି । ବିଶେଷ ଭାବରେ ଶିକ୍ଷାକୁ ବିଶ୍ୱମାନର କରିବା, ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ ଏବଂ ଦେଶ ସମେତ ବିଶ୍ୱର ନାଗରିକଙ୍କ ସାମଗ୍ରିକ ବିକାଶ କରିବା ଉପରେ ଭାରତ ସରକାର ପ୍ରତିବଦ୍ଧ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି । ବର୍ତମାନର ଶିକ୍ଷା, ଭବିଷ୍ୟତର କ୍ଲାସରୁମ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ପରିବର୍ତିତ ବିଷୟ ଏବଂ ବାସ୍ତବତା, ଭାରତକୁ ଏକ ବିଶ୍ୱମାନର ଅଧ୍ୟୟନ ସ୍ଥଳ ଭାବରେ ପ୍ରୋତ୍ସାହିତ କରିବା ସହ ମାନବ ସମ୍ବଳକୁ ମାନବ ପୁଞ୍ଜିରେ ପରିଣତ କରିବା ଉପରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଆଲୋକପାତ କରିଛନ୍ତି ।

ସେପଟେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ସମ୍ମିଳନୀରେ ୟୁଜିସି ଅଧ୍ୟକ୍ଷ ଡ଼ି.ପି ସିଂହ, ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିର କୁଳାଧିପତି ନବୀନ ଜିନ୍ଦଲ, ପ୍ରତିଷ୍ଠାତା କୁଳପତି ପ୍ରଫେସର ସି.ରାଜ କୁମାର, ପ୍ରମୁଖ ଅଭିଭାଷଣ ରଖିଛନ୍ତି । ସେହିପରି ୨୫ରୁ ଉର୍ଦ୍ଧ୍ୱ ଦେଶ ଏବଂ ୬ଟି ମହାଦେଶର ୧୦୦ରୁ ଅଧିକ ଶିକ୍ଷାନୁଷ୍ଠାନର ୧୫୦ରୁ ଅଧିକ ଥଟ୍ ଲିଡର ଯୋଗଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 21, 2021, 9:13 PM IST

ABOUT THE AUTHOR

...view details