ଓଡିଶା

odisha

ETV Bharat / city

ମୃତ ମାନିନୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ମିଳିବା ନେଇ ଅଭିଯୋଗ କରିଛି ସଂଘ - gaon sathi Union

ଗାଁସାଥି କର୍ମୀ ମାନିନୀଙ୍କ ହତ୍ୟା ଘଟଣାରେ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହାେଇଛି । ହତ୍ୟାକାଣ୍ଡ ଘଟଣାରେ ଏସଆଇଟି ଓ କ୍ରାଇମ୍ଇବ୍ରାଞ୍ଚ ତଦନ୍ତ ଦାବି କରିଛି ସଂଘ । ଅଧିକ ପଢନ୍ତୁ...

ମୃତ ମାନିନୀଙ୍କ ହତ୍ୟାକରୀଙ୍କୁ ଦଣ୍ଡ ମିଳିବା ନେଇ ଅଭିଯୋଗ କରିଛି ସଙ୍ଘ
ମୃତ ମାନିନୀଙ୍କ ହତ୍ୟାକରୀଙ୍କୁ ଦଣ୍ଡ ମିଳିବା ନେଇ ଅଭିଯୋଗ କରିଛି ସଙ୍ଘ

By

Published : Jul 26, 2021, 8:06 PM IST

ଭୁବନେଶ୍ବର:ମୃତ ମାନିନୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ମିଳିବା ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅଧିନ ହାତିବାରୀର ଗାଁସାଥି ମାନିନୀ ନାୟକଙ୍କ ହତ୍ୟାକାରୀକୁ ଦଣ୍ଡ ମିଳିବା ନେଇ ଦାବି କରିଛି ସଂଘ । ମୃତ ଗାଁ ସାଥି ମାନିନୀଙ୍କୁ ନ୍ୟାୟ ମିଳିବା ନେଇ ସ୍ଵର ଉଠାଇଲେ ଗାଁସାଥି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି । ଆଉ ଏନେଇ ମଧ୍ୟ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏସଆଇଟି ଓ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ସଂଘ ।

ମୃତ ମାନିନୀଙ୍କ ହତ୍ୟାକରୀଙ୍କୁ ଦଣ୍ଡ ମିଳିବା ନେଇ ଅଭିଯୋଗ କରିଛି ସଙ୍ଘ

ତେବେ ମାନିନୀ ଗାଁସାଥି ଭାବେ ନିଜ ଗାଁର ଏକ ସାହିକୁ ଜୁଲାଇ ୧୯ରେ ସର୍ଭେ ପାଇଁ ଯାଇଥିଲେ । ଆଉ ରାତି ହୋଇଥିଲେ ମଧ୍ୟ ଘରକୁ ଫେରିନଥିଲେ । ପରିବାର ପକ୍ଷରୁ ଅନେକ ଖୋଜାଖୋଜି କରିବା ପରେ ବି ତାଙ୍କର ପତ୍ତା ମିଳିପାରି ନଥିଲା । ହେଲେ ନିଖୋଜ ହେବାର ୩ ଦିନପରେ ଘର ଠାରୁ କିଛି ଦୂରରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ ।

ପରେ ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିବାବେଳେ ମରିବାର ୮ ଦିନ ପରେ ବି ପୋଲିସ କିନ୍ତୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ୍ ରହିଥିଲା । ଯାହାକୁ ନେଇ ପୁଣିଥରେ ହତ୍ୟା ଓ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ ମୃତକଙ୍କ ସ୍ବାମୀ । କାରଣ ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ତାଙ୍କୁ ଅପହରଣ ପରେ ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ଜଣାପଡିଛି । ଯେହେତୁ ସେ ଗାଁ ସାଥି ସହ ଅଞ୍ଚଳର ଅନେକ ବିକାଶ ମୂଳକ କାର୍ଯ୍ୟରେ ସାମିଲ ଥିଲେ । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛି ସଂଘ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details