ଓଡିଶା

odisha

ETV Bharat / city

ବଦଳିବେନି ପିସିସି ସଭାପତି: ଚେଲ୍ଲା କୁମାର - ଓଡ଼ିଶା କଂଗ୍ରେସ ଖବର

ନୂତନ ପିସିସି କମିଟିର ପ୍ରଥମ ବୈଠକ କଂଗ୍ରେସ ଭବନରେ ଆରମ୍ଭ ହୋଇଛି । ଦୁଇଦିନ କାଳ ଏହି ଆଲୋଚନା ଜାରି ରହିବ । ଅଧିକ ପଢ଼ନ୍ତୁ...

ନୂତନ ପିସିସି କମିଟିର ପ୍ରଥମ ବୈଠକ ଆରମ୍ଭ
ନୂତନ ପିସିସି କମିଟିର ପ୍ରଥମ ବୈଠକ ଆରମ୍ଭ

By

Published : Sep 13, 2021, 6:54 PM IST

Updated : Sep 13, 2021, 11:04 PM IST

ଭୁବନେଶ୍ବର:ନୂତନ ପିସିସି କମିଟିର ପ୍ରଥମ ବୈଠକ କଂଗ୍ରେସ ଭବନରେ ଆରମ୍ଭ ହୋଇଛି । ଦୁଇଦିନ କାଳ ଏହି ଆଲୋଚନା ଜାରି ରହିବ । ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଏଆଇସିସି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଡକ୍ଟର ଚେଲ୍ଲାକୁମାର ପ୍ରମୁଖ ଉପସ୍ଥିତ ରହିଥିଲେ । ଏଆଇସିସି ସମ୍ପାଦକ ରୁଦ୍ରରାଜୁ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିଥିଲେ । ଏହି ବୈଠକରେ ମୁଖ୍ୟତଃ ପିିପିଲି ଉପନିର୍ବାଚନ ନେଇ ଆଲୋଚନା ହୋଇଥିଲା । ଏହାସହ ଓଡ଼ିଶା ପ୍ରଦେଶ କମିଟି ସଭାପତି ବଦଳିବେ ନାହିଁ ବୋଲି ବୈଠକରେ କହିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ।

ବଦଳିବେନି ପିସିସି ସଭାପତି: ଚେଲ୍ଲା କୁମାର

ବୈଠକ ପରେ କଂଗ୍ରେସ ପ୍ରଭାରୀ ପ୍ରତିକ୍ରିୟ ଦେଇ କହିଛନ୍ତି ଯେ, "କଂଗ୍ରେସ ର ଲକ୍ଷ ପ୍ରଥମେ ପିପିଲି ଓ ପରେ ପଞ୍ଚାୟତ ନିର୍ବାଚନ। ଲୋକଙ୍କ ପାଖକୁ ଯିବା ସହ ରାଜ୍ୟ ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ କୁହାଯିବ । କଂଗ୍ରେସ ର ଅନେକ ଯୋଜନା ରାଜ୍ୟ ସରକାର ହାଇଯାକ୍ କରିଛନ୍ତି । ପିସିସି ପରିବର୍ତ୍ତନ ନେଇ କୋୖଣସି ସମ୍ଭାବନା ନାହିଁ । ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।"

ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, "ବୈଠକରେ ସାଙ୍ଗଠନିକ ସୁଦୃଢ଼ତା ନେଇ ବିଶେଷ ଆଲୋଚନା ହୋଇଛି । ପିପିଲି ନିର୍ବାଚନକୁ ନେଇ କଂଗ୍ରେସର ସବୁ କର୍ମକର୍ତ୍ତା ପିପିଲି ଯିବେ। ଉଭୟ ବିଜେଡି ଏବଂ ବିଜେପି ପଇସା ମାଧ୍ୟମରେ ରାଜନୀତି କରୁଛନ୍ତି। ଏ ସରକାର ଥିବା ଯାଏ ରାଜଧାନୀରେ ଏହିପରି ଜଳ ସମସ୍ୟା ଲାଗିରହିଥିବ ।"

ପିିପିିଲି ଉପନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ । ଏଥିପାଇଁ ପ୍ରଦେଶ କଂଗ୍ରେସ କମିଟି ପ୍ରଭାରୀ ଚେଲ୍ଲା କୁମାରଙ୍କ ଅନୁମୋଦନ ନେବ ନୂତନ ପିସିସି କମିଟି । ଏହାସହ ଆଗକୁ ଆସୁଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛି ପ୍ରଦେଶ କଂଗ୍ରେସ କମିଟି । ଏହି ବୈଠକରେ ନୂଆ କରି କମିଟିରେ ଯୋଗ ଦେଇଥିବା କର୍ମୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଏହାକୁ ନେଇ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି ।

ଏହି ବୈଠକରେ ଦଳର ସାଂଗଠନିକ ସୁଦୃଢତା ସହ ବିଭିନ୍ନ ଜିଲ୍ଲାର ବାକିଥିବା କମିଟି ଗଠନ ଦିଗରେ ଆଲୋଚନା ହେବ । ଏହାସହ ବ୍ଲକସ୍ତରରେ କଂଗ୍ରେସ କମିଟି କିଭଳି ସୁଦୃଢ଼ ହେବ ସେନେଇ ଆଲୋଚନା ହେବ । ଏହାକୁ ନେଇ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Sep 13, 2021, 11:04 PM IST

ABOUT THE AUTHOR

...view details