ଓଡିଶା

odisha

ETV Bharat / city

ଓଡ଼ିଶାର ପ୍ରଥମ ଲଜିଷ୍ଟିକ ପାର୍କ, ଚାଷ କ୍ଷେତ୍ରରେ ସୃଷ୍ଟି କରିବ ନୂଆ ବିପ୍ଳବ - କିଙ୍ଗଷ୍ଟୋନ

ଏହି ପାର୍କରେ ୩୦ କୋଟି ଟଙ୍କା ନିବେଶ ସରିଥିବାବେଳେ ମୋଟ ୨୫୦ କୋଟି ଟଙ୍କା ବିନିଯୋଗ କରାଯିବ । ସଂପୂର୍ଣ୍ଣ ହେବା ପରେ ୨ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଶିଳ୍ପ ଏବଂ ଚାଷ କ୍ଷେତ୍ରରେ ନୂଆ ବିପ୍ଳବ ସୃଷ୍ଟି କରିବ ।

ଚାଷ କ୍ଷେତ୍ରରେ ସୃଷ୍ଟି କରିବ ନୂଆ ବିପ୍ଳବ
ଚାଷ କ୍ଷେତ୍ରରେ ସୃଷ୍ଟି କରିବ ନୂଆ ବିପ୍ଳବ

By

Published : Feb 23, 2021, 6:57 PM IST

ଭୁବନେଶ୍ବର: ଓଡ଼ିଶାରେ ପ୍ରଥମ କରି ଆରମ୍ଭ ହୋଇଛି ଲଜିଷ୍ଟିକ ପାର୍କ । କଟକ ଚୌଦ୍ବାରରେ କଣ୍ଡୋଇ ଗ୍ରୁପ୍ ପକ୍ଷରୁ ୫୬ ଏକର ଜମିରେ କିଙ୍ଗଷ୍ଟୋନ ପକ୍ଷରୁ ଏହି ପାର୍କ ନିର୍ମାଣ କରାଯାଇଛି ।

ଚାଷ କ୍ଷେତ୍ରରେ ସୃଷ୍ଟି କରିବ ନୂଆ ବିପ୍ଳବ

ଏହି ପାର୍କକୁ ଗତ ଫେବୃଆରୀ ୧୭ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ପାର୍କରେ ରାଜ୍ୟର ସମସ୍ତ ଉତ୍ପାଦକୁ ସଂରକ୍ଷିତ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ୧.୨୫ ଲକ୍ଷ ବର୍ଗ ଫୁଟରେ ପାର୍କ ନିର୍ମାଣ ହୋଇଥିବାବେଳେ ୪ ବର୍ଷ ମଧ୍ୟରେ ୧୫ ଲକ୍ଷ ବର୍ଗଫୁଟ୍‌ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଏବେ ଏହି ପାର୍କରେ ୩୦ କୋଟି ଟଙ୍କା ନିବେଶ ସରିଥିବାବେଳେ ମୋଟ ୨୫୦ କୋଟି ଟଙ୍କା ବିନିଯୋଗ କରାଯିବ । ସଂପୂର୍ଣ୍ଣ ହେବା ପରେ ୨ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଶିଳ୍ପ ଏବଂ ଚାଷ କ୍ଷେତ୍ରରେ ନୂଆ ବିପ୍ଳବ ସୃଷ୍ଟି ହେବ ବୋଲି କଣ୍ଡୋଇ ଗ୍ରୁପ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details