ଭୁବନେଶ୍ବର: ନୂଆ ମୋଟର ଯାନ ଆଇନକୁ ନେଇ ହରଡ଼ଘଣାରେ ପଡିଯାଇଛନ୍ତି ସରକାର । ନୂଆ ଆଇନ ହୋଇଥିବାରୁ ପ୍ରତ୍ୟେକ ଦିନ ଲୋକଙ୍କ ନାନା ସମସ୍ୟାର ସାମନା କରିବାକୁ ପଡୁଛି । ସମସ୍ୟାକୁ କେନ୍ଦ୍ର କରି ବ୍ୟବସ୍ଥାରେ ପରିବର୍ତ୍ତନ ଆଣୁଛନ୍ତି ସରକାର । ଏଣିକି ନୂଆ ଯାନ କିଣିବା ସମୟରେ ଗାଡି ସହ ନମ୍ବର ପ୍ଲେଟ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି । ହେଲେ ଏଥିରେ ପ୍ରତିବନ୍ଧକ ସାଜୁଛି ହାଇ-ସିକ୍ୟୁରିଟି ନମ୍ବର ପ୍ଲେଟ୍ ।
ଏବେ ପାର୍ବଣର ସମୟ ଥିବାରୁ ଅଧିକ ଯାନ ବିକ୍ରି ହେଉଛି । ହେଲେ ସମସ୍ତଙ୍କୁ ହାଇ-ସିକ୍ୟୁରିଟି ନମ୍ବର ପ୍ଲେଟ ଯୋଗାଇଦେବା ଅସମ୍ଭବ ହୋଇପଡିଛି । ଏନେଇ ସୋମବାର ପରିବହନ ବିଭାଗର ଅଧିକାରୀଙ୍କ ସହିତ ଯାନ ନିର୍ମାତା ଓ ଡିଲରଙ୍କ ବୈଠକ ବସିଥିଲା ।