ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡିଶା ପୋଲିସରେ କାର୍ଯ୍ୟରତ କିଛି ମହିଳା ଅଧିକାରୀଙ୍କୁ ତାଙ୍କର ଉଲ୍ଲେଖନୀୟ ସେବା ଓ ସାହାସିକତା ପାଇଁ ଧନ୍ୟବାଦ ଜଣାଇଲେ ପୋଲସି ଡିଜିପି ଅଭୟ । ନିଜ ଟ୍ବିଟର ହ୍ୟାଣ୍ଡେଲରେ ଟ୍ବିଟ ମାଧ୍ୟମରେ ଡିଜିପି ପ୍ରଶମସା କରିଥିବା ଦେଖିବାକୁ ମିଳିଛି । କୋରୋନା ହେଉ କି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସେମାନଙ୍କ ପ୍ରେରଣାଦାୟୀ ନେତୃତ୍ବ ଓ ଓଡିଶା ପୋଲିସରେ ଉଲ୍ଲେଖନୀୟ ସେବା ଅବଦାନ ପାଇଁ ତାଙ୍କୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଂଶସା କରିବା ସହ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି ।
ରାଉରକେଲା ଜିଲ୍ଲା ଜିଲ୍ଲାର ସାଇବର ପୋଲିସ୍ ଷ୍ଟେସନର ଇନ୍ସପେକ୍ଟର-ଇନ୍-ଚାର୍ଜ ସେରୋଫିନା ଜେସ୍ , ସମ୍ବଲପୁର ଜିଲ୍ଲାର ସାଇବର ପୋଲିସ ଷ୍ଟେସନର ଇନ୍ସପେକ୍ଟର-ଇନ୍-ଚାର୍ଜ ଭାବରେ କାର୍ଯ୍ୟ କରୁଥିବା ତାରବତୀ ପ୍ରଧାନ । ଝାରସୁଗୁଡା ଥାନାରେ ଇନ୍ସପେକ୍ଟର-ଇନ୍-ଚାର୍ଜ ଭାବରେ କାର୍ଯ୍ୟ କରୁଥିବହା ସୌଦାମିନୀ ନାଗ, ୟୁପିଡି ଭୁବନେଶ୍ୱରରେ ମହିଲା ପୋଲିସ ଷ୍ଟେସନର ଇନ୍ସପେକ୍ଟର-ଇନ୍-ଚାର୍ଜ ଭାବରେ କାର୍ଯ୍ୟ ଇନ୍ସପେକ୍ଟର ବନିତା ମୋହରାନା,ୟୁପିଡି କଟକସ୍ଥିତ ସିଡିଏ ପୋଲିସ ଷ୍ଟେସନର ଇନ୍ସପେକ୍ଟର-ଇନ୍-ଚାର୍ଜ ଭାବରେ କାର୍ଯ୍ୟ କରୁଥିବା ଇନ୍ସପେକ୍ଟର ସାନ୍ଧାରାଣୀ ସିଂ ପ୍ରମୁଖଙ୍କୁ ଉଲ୍ଲେଖନୀୟ ସେବା ଓ ପୋଲିସ ବିଭାଗ ପ୍ରତି ଅବଦାନକୁ ପ୍ରଶଂସା କରିଛନ୍ତି ଡିଜିପି ଅଭୟ ।