ଭୁବନେଶ୍ବର: ନୂଆ ଟେଣ୍ଡର ପ୍ରକିୟା ଉପରେ ରୋକ ଲଗାଇଲା ପୂର୍ତ୍ତ ବିଭାଗ। ଏନେଇ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ୨ବର୍ଷ ଭିତରେ କୌଣସି ସର୍କିଟ ହାଉସ ଗେଷ୍ଟ ହାଉସ ଓ ସରକାରୀ ଘର ଉପରେ କଟକଣା ଜାରି କରିଛନ୍ତି ।
ଏହାସହ ୫କୋଟିରୁ ଅଧିକ ଟଙ୍କାର ଟେଣ୍ଡର କାମ ଥିଲେ, ଅର୍ଥ ବିଭାଗର ଅନୁମତି ଆବଶ୍ୟକ ପଡିବ। ଯେପର୍ଯ୍ୟନ୍ତ ଅର୍ଥ ବିଭାଗର ଅନୁମତି ମିଳିବନାହିଁ ସେପର୍ଯ୍ୟନ୍ତ ଟେଣ୍ଡର ହୋଇପାରିବ ନାହିଁ ।କୋରୋନା ମହାମାରୀ ସମୟରେ ଅର୍ଥନୈତିକ ସଂକଟ ଦେଖାଦେଇଥିବାରୁ ଏପରି କଟକଣା ଜାରି କରିଛି ବିଭାଗ । ପୂର୍ବରୁ ବିଭିନ୍ନ ସରକାରୀ ଖର୍ଚ୍ଚ କାଟ ପାଇଁ ସରକାର ନିଷ୍ପତ୍ତି ନେଇଥିଲେ।