ଭୁବନେଶ୍ବର: ଶିଶୁ କିଶୋର ଓ ଗର୍ଭବତୀଙ୍କ ପାଇଁ ସ୍ବାସ୍ଥ୍ୟ ବିଭଗ ଏକ ଆଡ଼ଭାଇଜରି ଜାରି କରିଛି । କୋରୋନାର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ସତର୍କ କରାଯାଇଛି । କୋରୋନାର ଦ୍ବିତୀୟ ଲହରୀ ପାଇଁ ସତର୍କ ଓ ପରାମର୍ଶ ଦେଲା ସ୍ବାସ୍ଥ୍ୟ ବିଭଗ । 2ୟ ବର୍ଷ ଠାରୁ କିଶୋର ଓ ଗର୍ଭବତୀମାନେ ମାସ୍କ ପିନ୍ଧିବା ଆଵଶ୍ୟକ ।
ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ କରିବାକୁ ପରାମର୍ଶ । ଏହାସହ ଆଇସଲେସନରେ ରହି ଚିକିତ୍ସିତ କରିବାକୁ ନିର୍ଦେଶ । ଝାଡା ବାନ୍ତି, ପେଟ ବ୍ୟଥା, ଥଣ୍ଡା, କାଶ ଆଦି ଦେଖାଦେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ଦେବା ଆବଶ୍ୟକ । 20 ସେକେଣ୍ଡ ବଦଳରେ 40 ସେକେଣ୍ଡ ଧରି ହାତ ଧୋଇବା ଆବଶ୍ୟକ ।