ଓଡିଶା

odisha

ETV Bharat / city

DDU-GKY ଆଲୁମନି ମିଟ୍ ଅନୁଷ୍ଠିତ, ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ସ୍ୱତନ୍ତ୍ର ବ୍ୟାଜ୍ ଓ ସାର୍ଟିଫିକେଟ - ଓରମାସ ପ୍ରବାସୀ ସହାୟତା କେନ୍ଦ୍ର

DDU-GKY ଆଲୁମନି ମିଟ୍ ଅନୁଷ୍ଠିତ । ଦୀନ୍ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ତାଲିମ୍ ଗ୍ରହଣ କରି ବିଭିନ୍ନ ସ୍ଥାନରେ ଚାକିରୀ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ନେଇ ଓରମାସ ପ୍ରବାସୀ ସହାୟତା କେନ୍ଦ୍ରରେ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଆଇ.ଏ.ଏସ୍ ଗୁହା ପୁନମ ତାପସ କୁମାର । ଅଧିକ ପଢ଼ନ୍ତୁ

DDU-GKY ଆଲୁମନି ମିଟ୍ ଅନୁଷ୍ଠିତ
DDU-GKY ଆଲୁମନି ମିଟ୍ ଅନୁଷ୍ଠିତ

By

Published : May 22, 2022, 10:37 PM IST

ଭୁବନେଶ୍ୱର: ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଦୀନ୍ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାରେ ତାଲିମ୍ ଗ୍ରହଣ କରି ବିଭିନ୍ନ ସ୍ଥାନରେ ଚାକିରୀ କରିଥିବା ପ୍ରଶିକ୍ଷାର୍ଥୀମାନଙ୍କୁ ନେଇ DDU-GKY ଆଲୁମନି ମିଟ୍ ଆଜି(ରବିବାର) ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ତମାଣ୍ଡୋସ୍ଥିତ ଓରମାସ ପ୍ରବାସୀ ସହାୟତା କେନ୍ଦ୍ରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଇ.ଏ.ଏସ୍ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଅଧିକାର ସଂସ୍ଥାର ସଭାପତି ମହମ୍ମଦ ନୁରଉଦ୍ଦିନ ଆମିନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

DDU-GKY ଆଲୁମନି ମିଟ୍ ଅନୁଷ୍ଠିତ

ଏହି ଅବସରରେ ଅତିଥିଙ୍କ ଦ୍ୱାରା ଏକ ପୁସ୍ତିକା ଉନ୍ମୋଚନ କରାଯିବା ସହ ପୁରାତନ ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ୱତନ୍ତ୍ର ବ୍ୟାଜ୍ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏଥିସହ ଅଭିଭାବକ ଓ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାର ପ୍ରତିନିଧିମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ବେରୋଜଗାର ଯୁବକ-ଯୁବତୀମାନଙ୍କୁ ଏହି ଯୋଜନାରେ ସାମିଲ କରି ସେମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ପ୍ରବାସୀ ସହାୟତା କେନ୍ଦ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମୁଖ୍ୟ ଅତିଥି ନିଜ ଉଦବୋଧନ ରଖିଥିଲେ । ପୁରାତନ ପ୍ରଶିକ୍ଷାର୍ଥୀମାନେ ଏହି କାର୍ଯ୍ୟକ୍ରମର ଜରିଆରେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର, କଟକ ଓ ସମ୍ବଲପୁର ଆଦି ସ୍ଥାନରେ ବିଭିନ୍ନ ଘରୋଇ ସଂସ୍ଥାରେ ଚାକିରି କରିଥିବା ଡିଡିୟୁ-ଜିକେୱାଇ ପ୍ରଶିକ୍ଷାର୍ଥୀ, ସେମାନଙ୍କ ଅଭିଭାବକ ଏବଂ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ। ତେବେ କାର୍ଯ୍ୟକ୍ରମକୁ ଅଧିକାର ପ୍ରବାସୀ ସହାୟତା କେନ୍ଦ୍ରର ମ୍ୟାନେଜର ନୟିମୁଦ୍ଦିନ ଅହମ୍ମଦ ଖାନ, କାଉନସିଲର ପ୍ରାଚୀପ୍ରଭା ମହାପାତ୍ର ଓ ପୃଥ୍ବୀରାଜ ସାହୁଙ୍କ ସମେତ ଅନ୍ୟ କର୍ମକର୍ତ୍ତା ପରିଚାଳନା କରିଥିଲେ ।

ABOUT THE AUTHOR

...view details