ଓଡିଶା

odisha

ETV Bharat / city

ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ - ଭୁବନେଶ୍ବର ଖବର

ସ୍ମାର୍ଟସିଟିରେ ସଂକ୍ରମଣ ତଳମୁଁହା ରହିଛି । କିନ୍ତୁ ସମ୍ପୁର୍ଣ୍ଣ ଭାବେ ସ୍ଥିତି ଆୟତ୍ତକୁ ଆସିପାରି ନାହିଁ । ଭୁବନେଶ୍ବରର ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା । ଅଧିକ ପଢନ୍ତୁ..

The content zone returned to the capital
ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ

By

Published : Jul 16, 2021, 9:49 AM IST

ଭୁବନେଶ୍ବର: ସ୍ମାର୍ଟସିଟିରେ ସଂକ୍ରମଣ ତଳମୁଁହା ରହିଛି । କିନ୍ତୁ ସମ୍ପୁର୍ଣ୍ଣ ଭାବେ ସ୍ଥିତି ଆୟତ୍ତକୁ ଆସିପାରି ନାହିଁ । ବିଏମସି ପକ୍ଷରୁ ସଂକ୍ରମଣରେ ରୋକ ଲଗାଇବା ପାଇଁ ଉଦ୍ୟମ ଜାରି ରହିଛି । ଗୁରୁବାର ଭୁବନେଶ୍ବରର ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଖଣ୍ଡଗିରିର କିଛି ଅଞ୍ଚଳକୁ ମଧ୍ୟ ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଭାବରେ ଘୋଷଣା କରାଯାଇଛି । ଖଣ୍ଡଗିରି ସତ୍ୟସାଇ ଏନକ୍ଲେଭ ଏଚଆଇଜି ବ୍ଲକର ୧୧ ରୁ ୬୧ଟି ଘର ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ସେହିପରି ରସୁଲଗଡ଼ ସ୍ଥିତ ଗୁଞ୍ଜନ ପ୍ୟାଲେସ ଅପାର୍ଟମେଣ୍ଟକୁ ମଧ୍ୟ ସିଲ କରାଯାଇଛି । ୧୦ ଜଣରୁ ଅଧିକ କୋଭିଡ ସଂକ୍ରମିତ ଚିହ୍ନଟ ହେବାରୁ ଏହି ଅପାର୍ଟମେଣ୍ଟକୁ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ସେପଟେ ରାଜ୍ୟରେ କ୍ରମଶଃ କୋରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 2070 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 49 ହଜାର 929ରେ ପହଞ୍ଚିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details