ଭୁବନେଶ୍ବର:ରାଜୀବ ଗାନ୍ଧୀ ଷ୍ଟାଡିୟମ ପରିବର୍ତ୍ତନ ପ୍ରସଙ୍ଗରେ ରାଜନୀତି ଏକ ପ୍ରକାର ସରଗରମ ରହିଛି । ଯାହାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଥିଲେ, ପ୍ରଧାନମନ୍ତ୍ରୀ ଏତେ ତଳ ସ୍ତରକୁ ଖସିଯାଇଛନ୍ତି ଯେ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ନାଁକୁ ବଦଳାଇବାକୁ ଅପଚେଷ୍ଟା କରୁଛନ୍ତି । ଭାରତ ବିକାଶର ମୁଖ୍ୟ ହେଉଛନ୍ତି ରାଜୀବ ଗାନ୍ଧୀ ବୋଲି କହିଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ ।
ତାଙ୍କ ନାମରେ ଯେଉଁ ଖେଳରତ୍ନ ଦିଆଯାଉଥିଲା ସେ ଜାଗାରେ ଧ୍ୟାନଚାନ୍ଦଙ୍କ ନାମ ଘୋଷଣା କରିଛନ୍ତି। ଏତେ ବଡ଼ ପରିବର୍ତ୍ତନ କଣ ପାଇଁ ବୋଲି ପ୍ରଶ୍ନ ଉଠାଇଛନ୍ତି ସୁର । ଏବଂ ସେ ମଧ୍ୟ କହିଛନ୍ତି କି ରାଜୀବ ଗାନ୍ଧୀଙ୍କ ନାମକୁ ଖେଳରତ୍ନରୁ କଟାଯାଇ ପାରିବ ନାହିଁ । ଏ ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ ନ ହେଲେ ରାଜରାସ୍ତାରେ ଜବାବ ଦେବ କଂଗ୍ରେସ । ସେହିପରି କଂଗ୍ରେସ ନେତା ଗଣେଶ୍ଵର ବେହେରା କହିଛନ୍ତି ଗାନ୍ଧୀ ପରିବାରକୁ ହଟାଇବା ପାଇଁ ମୋଦିଙ୍କର ଏହା ଏକ ଚକ୍ରାନ୍ତ ବୋଲି କହିଛନ୍ତି । ଲୋକମାନେ ଏହାର ଜବାବ ନିଶ୍ଚୟ ଦେବେ ।