ଭୁବନେଶ୍ବର: ବାମଦଳର ଆସନ୍ତା ୧୫ ତାରିଖ ‘ଓଡ଼ିଶା ବନ୍ଦ’ ଡାକରାକୁ ସମର୍ଥନ କରିବ ଭାରତର ଟ୍ରେଡ଼ ୟୁନିଅନ କେନ୍ଦ୍ର (ସିଆଇଟିୟୁ) । କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ ଥିବା ସହିତ ଡିଜେଲ ଓ ପେଟ୍ରୋଲ ଉପରେ ଟିକସ ବୃଦ୍ଧି ଜନସାଧାରାଣଙ୍କ ଚିନ୍ତା ବଢାଉଛି । ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ହେତୁ ବସ ଭଡା ସହ ଅତ୍ୟାବଶ୍ୟକ ସାମଗ୍ରୀର ବି ଦରଦାମ ବଢୁଛି । ତେଣୁ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାରଣ ନୀତି ବିରୁଦ୍ଧରେ ସିପିଆଇ, ସିପିଆଇ(ଏମ) , ସିପିଆଇ(ଏମ୍ଏଲ), ଫରୱାର୍ଡ଼ ବ୍ଲକ ପ୍ରମୁଖ ୪ଟି ବାମ ଦଳ ଆସନ୍ତା ଜୁଲାଇ ୧୫ ତାରିଖ ଗୁରୁବାର ସକାଳ ୬ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ଓଡ଼ିଶା ବନ୍ଦ’ର ଡାକରା ଦେଇଛନ୍ତି ।
ବାମଦଳର ‘ଓଡ଼ିଶା ବନ୍ଦ’ ଡାକରାକୁ ସିଆଇଟିୟୁର ସମର୍ଥନ - cito odisha band support
ବାମଦଳର ଆସନ୍ତା ୧୫ ତାରିଖ ‘ଓଡ଼ିଶା ବନ୍ଦ’ ଡାକରାକୁ ସମର୍ଥନ କରିବ ଭାରତର ଟ୍ରେଡ଼ ୟୁନିଅନ କେନ୍ଦ୍ର (ସିଆଇଟିୟୁ) । ଅଧିକ ପଢନ୍ତୁ...
ଏହି ବନ୍ଦ ଡାକରାକୁ ସିଆଇଟିୟୁ ପୂର୍ଣ୍ଣ ସମର୍ଥନ କରିବ ବୋଲି ସିଆଇଟିୟୁର ସଭାପତି ଜନାର୍ଦ୍ଦନ ପତି ପ୍ରକାଶ କରିଛନ୍ତି । ଏହାସହ ପେଟ୍ରୋଲ ଡିଜେଲ ଦର ଉପରେ ଟିକସ ଲାଗୁ କରିବା ସହ ଶ୍ରମିକ ମାନଙ୍କ ଆନ୍ଦୋଳନ ଉପରୁ କଟକଣା ଉଠାନ୍ତୁ ବୋଲି ଦାବି କରିଛି ସଂଗଠନ । କାରଣ ଶ୍ରମିକ ମାନଙ୍କୁ ଏହି ମହାମାରୀ ସମୟରେ କାର୍ଯ୍ୟରୁ ବାହାର କରାଯାଉଛି ଓ ୧୨ ଘଣ୍ଟା କାର୍ଯ୍ୟ କରିବା ପରେ ବି ସଠିକ ପାରିଶ୍ରମିକ ମିଳୁନାହିଁ । ତେଣୁ, ଶ୍ରମିକଟିଏ ବଞ୍ଚିବା ମୁସ୍କିଲ ହୋଇପଡୁଛି । ଏହାକୁ ନେଇ ତାକୁ ତା’ ଅଧିକାରର ଲଢେଇ ପାଇଁ ଅନୁମତି ମିଳୁ ବୋଲି ମଧ୍ୟ ଦଳ ଦାବି କରିଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ