ଓଡିଶା

odisha

ETV Bharat / city

ପୁରୀ ଗଲେ ମୁଖ୍ୟ ଶାସନ ସଚିବ ଓ ଡିଜିପି

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୋଲିସ ମହାନିର୍ଦ୍ଦେଶକ ଅଭୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉଭୟ ପୁରୀ ଯାଇଛନ୍ତି । ପୁରୀରେ ରହି ସମ୍ପୂର୍ଣ୍ଣ ସ୍ଥିତିର ସମୀକ୍ଷା କରିବେ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jun 22, 2020, 2:06 PM IST

ଭୁବନେଶ୍ବର: ରଥଯାତ୍ରା ପାଇଁ ପଥ ପରିଷ୍କାର ହେବାର ସୂଚନା ଆସିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପୁରୀରେ ରଥଯାତ୍ରା କାର୍ଯ୍ୟ ତ୍ଵରାନ୍ଵିତ କରିବା ସହ ଆଇନ ଶୃଙ୍ଖଳାର ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦେଶ କ୍ରମେ ମୁଖ ଶାସନ ସଚିବ ଓ ପୋଲିସ ନିର୍ଦ୍ଦେଶକ ପୁରୀ ଗସ୍ତରେ ଯାଉଛନ୍ତି । ଏନେଇ ମୁଖ୍ୟ ଶାସନ ସଚିବ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର @SecyChief

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୋଲିସ ମହାନିର୍ଦ୍ଦେଶକ ଅଭୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉଭୟ ପୁରୀ ଯାଇଛନ୍ତି । ପୁରୀରେ ରହି ସମ୍ପୂର୍ଣ୍ଣ ସ୍ଥିତିର ସମୀକ୍ଷା କରିବେ ।

ଏଠାରେ ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାରେ ୩ ଜଣିଆ ଖଣ୍ଡପୀଠରେ ଅପରାହ୍ଣ ୨ଟା ୩୦ରେ ଶୁଣାଣି ହେବ । ଚିଫ୍‌ ଜଷ୍ଟିସ୍‌ ଏସଏ ବୋବଡେ, ବୋପନ୍ନା ଓ ମାହେଶ୍ବରୀଙ୍କ ଖଣ୍ଡପୀଠରେ ହେବ ଶୁଣାଣି, ଏହି ଖଣ୍ଡପୀଠ ଜୁନ୍‌ ୧୮ରେ ରଥଯାତ୍ରା ଉପରେ ସ୍ଥଗିତାଦେଶ ଦେଇଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details