ଓଡିଶା

odisha

ETV Bharat / city

ରଥଯାତ୍ରା ପ୍ରସ୍ତୁତି ନେଇ 8ରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ - Shree mandir

କୋଭିଡ କଟକଣା ମଧ୍ୟରେ ରଥଯାତ୍ରା ପାଳନ ହେବା ନେଇ ବସିବ ସମୀକ୍ଷା ବୈଠକ । ତା ସହ ସୁରୁଖୁରୁରେ ରଥଯାତ୍ରା ଶେଷ କରିବାକୁ ଆଶାବ୍ୟକ୍ତ କରିଛନ୍ତି ସରକାର । ଅଧିକ ପଢନ୍ତୁ...

ରଥଯାତ୍ରା ପ୍ରସ୍ତୁତି ନେଇ 8ରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ
ରଥଯାତ୍ରା ପ୍ରସ୍ତୁତି ନେଇ 8ରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

By

Published : Jul 3, 2021, 7:50 PM IST

ଭୁବନେଶ୍ବର: ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୮ ତାରିଖ ଅପରାହ୍ନରେ ବସିବ ଏହି ବୈଠକ । ମୁଖ୍ୟମନ୍ତ୍ରୀ ଡାକିଛନ୍ତି ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଆଇନ ବିଭାଗ ଅଧିକାରୀମାନେ ସାମିଲ ହେବେ । ଜିଲ୍ଲା ପ୍ରଶାସନ ସହ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସାମିଲ ହେବେ । କୋଭିଡ କଟକଣା ଭିତରେ ସୁରୁଖୁରୁରେ ରଥଯାତ୍ରା କିପରି ଆୟୋଜନ ହେବ, ସେନେଇ ବୈଠକରେ ଆଲୋଚନା ହେବ ।

ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତବର୍ଷ ରଥଯାତ୍ରା କୋଭିଡ କଟକଣା ଭିତରେ ହୋଇଥିଲା । ଚଳିତବର୍ଷ ମଧ୍ୟ ସେହିପରି କଟକଣା ଭିତରେ ରଥଯାତ୍ରା କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଦ୍ୱିତୀୟ ଲହର ଜାରି ରହିଥିବାବେଳେ ପୁରୀ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇନାହିଁ । ତେଣୁ ସୀମିତ ସେବାୟତ ଓ ପୋଲିସ କର୍ମଚାରୀଙ୍କୁ ନେଇ ରଥଯାତ୍ରା ସମାପନ କରିବା ଲାଗି ଲକ୍ଷ୍ୟ ରଖିଛନ୍ତି ସରକାର ।

ସ୍ନାନଯାତ୍ରା ସୁରୁଖୁରରେ ଶେଷ ହୋଇଥିବାବେଳେ ରଥଯାତ୍ରା ସେହିପରି ହେବାକୁ ଆଶାବ୍ୟକ୍ତ କରିଛନ୍ତି ସରକାର । ତିନି ରଥ ନିର୍ମାଣ କାର୍ଯ୍ୟରେ ଶେଷ ସ୍ପର୍ଶ ଦିଆହେଉଛି । ଅନେକ କଟକଣା ଭିତରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details