ଓଡିଶା

odisha

ETV Bharat / city

କୁଳପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁଜ୍ଞାନ

ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । କୁଳପତିଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ । ପ୍ରଫେସର, ଅଧ୍ୟାପକ, ଶିକ୍ଷକ ନିଯୁକ୍ତିରେ ସ୍ବଚ୍ଛତା ରଖିବାକୁ କଲେ ତାଗିଦ । ଅଧିକ ପଢନ୍ତୁ..

By

Published : Mar 7, 2020, 8:55 PM IST

କୁଳପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁଜ୍ଞାନ
କୁଳପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁଜ୍ଞାନ

ଭୁବନେଶ୍ବର: ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । କୁଳପତିଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ । ପ୍ରଫେସର, ଅଧ୍ୟାପକ, ଶିକ୍ଷକ ନିଯୁକ୍ତିରେ ସ୍ବଚ୍ଛତା ରଖିବାକୁ କଲେ ତାଗିଦ । ଏହି ଆଲୋଚନାଚକ୍ରରେ ଉପସ୍ଥିତ ଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

କୁଳପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁଜ୍ଞାନ

ଗବେଷଣା ଅନୁସନ୍ଧାନ ଏବଂ ପ୍ରକାଶନ ପାଇଁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା । ଏହାସହ କ୍ୟାମ୍ପସରେ ଅନୁଶାସନ ରକ୍ଷା, କ୍ୟାମ୍ପସରେ ବାହାର ଲୋକଙ୍କ ହସ୍ତକ୍ଷେପକୁ ବରଦାସ୍ତ କରାନଯିବା, ଅଣଛାତ୍ର ଏବଂ ଅନଧିକୃତ ବ୍ୟକ୍ତିଙ୍କଠାରୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ମୁକ୍ତ ରଖିବା ଜରୁରୀ ବୋଲି ନବୀନ କହିଛନ୍ତି ।

ଏହାସହ ଫଳାଫଳ ପ୍ରକାଶନ ସହିତ ବିଶ୍ବବିଦ୍ୟାଳୟ ପରୀକ୍ଷା ଠିକ୍ ସମୟରେ କରାଯିବା ଆବଶ୍ୟକ ବୋଲି ମଧ୍ୟ ନବୀନ କହିଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ କୌଣସି ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ । ଅନୁବନ୍ଧିତ କଲେଜଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ନିଶ୍ଚିତ, କୁଳପତି, ବରିଷ୍ଠ ଅଧିକାରୀ ଏବଂ ଅଧ୍ୟାପିକାମାନେ ସମୟ ସମୟରେ ଅନୁବନ୍ଧିତ କଲେଜଗୁଡ଼ିକୁ ଆକସ୍ମିକ ପରିଦର୍ଶନ କରିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆଗାମୀ ଏନଏଏସି ରେଟିଂ ଏବଂ ଏନ୍‌ଆଇଆରଏଫ୍‌ ମାନ୍ୟତା ଉନ୍ନତି ଆଣିବାକୁ ଚେଷ୍ଟା କରନ୍ତୁ ବୋଲି ସେ କହିଛନ୍ତି । ଆପଣ ସମସ୍ତେ ବିଶ୍ବବିଦ୍ୟାଳୟ ପରିସର ଭିତରେ ଅଧିକ ସମୟ ଛାତ୍ରମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ ମୁଁ ନିଶ୍ଚିତ କରୁଛି ଯେ ପାଣ୍ଠିର କୌଣସି ପ୍ରତିବନ୍ଧକ ରହିବ ନାହିଁ ଏବଂ ରାଜ୍ୟ ସରକାର ସମସ୍ତ ସମ୍ଭାବ୍ୟ ଉପାୟରେ ବିଶ୍ବବିଦ୍ୟାଳୟଗୁଡ଼ିକୁ ସମର୍ଥନ କରିବେ । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଆଶା କରୁଛି ଯେ ଆମର ବିଶ୍ବବିଦ୍ୟାଳୟଗୁଡ଼ିକ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଶୀଘ୍ର ସଫଳତା ହାସଲ କରିବ ବୋଲି କହିଛନ୍ତି ନବୀନ ।

ଅନ୍ୟପଟେ କୁଳପତିଙ୍କ କାର୍ଯ୍ୟକାଳ 5 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦାବି ହୋଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details